ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା ଜନ ଅଭିଯୋଗ ଶୁଣାଣୀ।

ନିମାପଡ଼ା, ୧୯/୦୧: ପୁରୀ ଜିଲ୍ଲା ନିମାପଡ଼ା ପଞ୍ଚାୟତ ସମିତି ସଭା ଗୃହରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦ୍ଵାରା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆବାସ,ଚକବନ୍ଦୀ,ପାନୀୟଜଳ ସମସ୍ୟା ଭଳି ୪୬ଟି ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ୫ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ କରିବା ସହ ଅନ୍ୟ ସମସ୍ତ ଅଭିଯୋଗ ଗୁଡିକୁ ୧୦ଦିନ ମଧ୍ୟରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ବିଶେଷକରି ଏହି ଅବସରରେ ଚୋରା ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।ଏହି ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପୁରୀ ଏସ ପି ପ୍ରତୀକ ସିଂ,ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ନିମାପଡ଼ା ଅଞ୍ଚଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ବ୍ଲକ ପ୍ରସାସନ ପକ୍ଷରୁ ଲୋକମାନଙ୍କୁ ଅବଗତ ନକରିବାରେ ମାତ୍ର ୪୬ଟି ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ପାଳଙ୍କ ଜନଶୁଣାଣୀରୁ ସାଧାରଣ ଲୋକେ ବଞ୍ଚିତ ହୋଇଛନ୍ତି ବୋଲି ବିଭିନ୍ନ ପଞ୍ଚାୟତର ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି।

Post a Comment

0 Comments