ନିମାପଡ଼ା, ୨୭/୧: ସ୍ଥାନୀୟ ଐତିହାସିକ ବାରବାଟି ପଡିଆ ଠାରେ ଅନୁଷ୍ଠିତ ୭୭ତମ ସାଧାରଣ ତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ।ସୂଚନା ଅନୁଯାୟୀ ଗତ କାଲି ନିମାପଡ଼ା ଐତିହାସିକ ବାରବାଟି ପଡିଆ ଠାରେ ବ୍ଲକ୍ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ ବିଭୁ ପ୍ରସାଦ ତରାଇ ଯୋଗଦେଇ ପତାକା ଉତଳନ କରିଥିବା ବେଳେ ମଞ୍ଚରରେ ଲାଗିଥିବା ଫ୍ଲେକ୍ସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି।ଫ୍ଲେକ୍ସର ଗୋଟେ ପଟେ ଜାତୀୟ ପତାକା ସଠିକ୍ ଥିବା ବେଳେ ଅନ୍ୟପଟେ ପତାକାକୁ ସଂମ୍ପୁର୍ଣ୍ଣ ଓଲଟା କରାଯାଇଥିବା ସିଧା ସଳଖ ଦେଖିବାକୁ ମିଳିଛି।ଏପଟେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିମାପଡ଼ା ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ,ସାଂସଦ ପ୍ରତିନିଧି ମିନାଲତା ମହାନ୍ତି,ବିଧାୟକ ବ୍ଲକ୍ ପ୍ରତିନିଧି ଜଚିନ୍ଦ୍ର ସ୍ୱାଇଁ,ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ଭଳି ତ୍ରୁଟିକୁ ନେଇ ନିମାପଡ଼ା ଅଞ୍ଚଳରେ ଥିବା ବୁଦ୍ଧିଜୀବୀ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ମହଲରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏନେଇ ବିଜେଡି ପକ୍ଷରୁ ସମାଲୋଚନା କରାଯିବା ସହ ମଞ୍ଚରେ ବସିଥିବା ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥି ମାନଙ୍କ ଭିତରେ ଥିବା ଦେଶ ପ୍ରେମକୁ ନେଇ ପ୍ରଶ୍ନ କରାଯାଇଛି।ସରକାର ବଦଳିବା ପରେ ସାଧାରଣ ତନ୍ତ୍ର ଦିବସକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯିବା ସହ ଓଡ଼ିଆ ଅସ୍ମିତା ସମ୍ପୂର୍ଣ୍ଣ ଧଜିଆ ଉଡେଇ ଦିଆଯାଇଛି।ତେଣୁ ଜାତୀୟ ପତାକାକୁ ନେଇ ଏଭଳି ଏକ ବିରାଟ ଅସମ୍ମାନର ଜବାବ ଆଗାମୀ ଦିନରେ ବ୍ଲକ୍ ବିଡ଼ିଓ ରଖିବା ଦରକାର ବୋଲି ବିଜେଡି ନେତା ଦିଲ୍ଲୀପ ପାତ୍ର କହିଛନ୍ତି।ଏପଟେ ବିଡ଼ିଓଙ୍କୁ ଏବିଷୟରେ ପଚାରିବାରେ ସେ କହିଛନ୍ତି ସେଇଟା କେବଳ ଫ୍ଲେକ୍ସର ଡିଜାଇନ୍ ଆଉ କିଛି ନୁହଁ ବୋଲି ମତ ରଖିଛନ୍ତି।ଅନ୍ୟପଟେ ଏହି ଅଞ୍ଚଳ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜ ଅଞ୍ଚଳ ହୋଇଥିବା ବେଳେ ଆଗାମୀ ଦିନରେ ଜାତୀୟ ପତାକାକୁ ନେଇ ଏଭଳି ଅସମ୍ମାନ ପାଇଁ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।

0 Comments