ବଳଙ୍ଗା, ୩୦/୦୧: ବଳଙ୍ଗା ଥାନା ପରିସରସ୍ଥିତ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟୁଷରୁ ଠାକୁରଙ୍କ ସ୍ନାନ କାର୍ଯ୍ୟ ସମ୍ପନ୍ନ କରାଯିବ ପରେ ପଣ୍ଡିତ ମାନଙ୍କ ଦ୍ଵାରା ହୋମଯଜ୍ଞା କାର୍ଯ୍ୟ କରାଯାଇ ଥିଲା । ଯଜ୍ଞରେ କର୍ତ୍ତା ଥିଲେ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଏବଂ କୁ ତାଙ୍କ ଧର୍ମପତ୍ନୀ । ପଣ୍ଡିତ ବିରଞ୍ଚି ଦାଶ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଦିବାକର ଆଚାର୍ଯ୍ୟ ପ୍ରମୁଖ ହୋମ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ବେହେରା, ଶୁଭଲକ୍ଷ୍ମୀ ପଟ୍ଟନାୟକ ,ରତ୍ନାକର ବେହେରା, ପ୍ରଶାନ୍ତ କୁମାର ବେହରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0 Comments