ଗୁଡଭେଲା, ୦୩/୦୧ : ତୁଷୁରା ତେଲନଦୀ ତଟରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଉଛନ୍ତି ତୁଷୁରା ଥାନା ଦେଓଲଗୁଡିର ବ୍ୟବସାୟୀ ନଟରାଜ ଥନାପତି। ନଟରାଜଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ତୁଷୁରା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲ ଉପରେ ଏକ ବାଇକ୍ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖିଥିଲା।
ପୋଲ ତଳକୁ ଯାଇ ଦେଖିବା ବେଳକୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା। ଉକ୍ତ ଯୁବକ ଜଣଙ୍କ ଦେଓଲଗୁଡିର ବ୍ୟବସାୟୀ ନଟରାଜ ଥନାପତି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତୁଷୁରା ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ନଟରାଜଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

0 Comments