ଵଳଙ୍ଗା, ୨୮/୦୧: ଐତିହାସିକ ଓଡିଶା ପ୍ରସିଦ୍ଧ ଵଳଙ୍ଗା ପଞ୍ଚୁ ଦୋଳ ମେଳଣ ଚଳିତବର୍ଷ ଠାରୁ ୨ଦିନ ଅନୁଷ୍ଠିତ ହେଵ। ଏହି ମେଳଣରେ ନିମାପଡ଼ା, ପିପିଲି,ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ୧୦୮ ବିମାନ ମେଳଣ ପଡ଼ିଆରେ ଉପଵେସନ କରିଥାନ୍ତି।ଏହି ମେଳଣ ଗୋଟିଏ ଦିନପାଇଁ ଅନୁଷ୍ଠିତ ହେଉଥିବାରୁ ହଜାର ହଜାର ଭକ୍ତମାନେ ଠାକୁରଙ୍କୁ ଦର୍ଶନ ପାଇଁ ଗହଳି ଲଗାଇ ଥାଆନ୍ତି। ଜନସମାଗମ ଦୃଷ୍ଟିରୁ ଏହି ମେଳଣ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ମେଳଣ କମିଟି ତରଫରୁ ମେଳଣ କୁ ଚଳିତବର୍ଷ ୨ ଦିନ ପାଇଁ କରାଯିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।ଏ ନେଇ ଵଳଙ୍ଗା ମେଳଣ କମିଟି ତରଫରୁ ସଭାଗୃହ ରେ ସୋମବାର ସନ୍ଧ୍ୟାରେ ମେଳଣ କମିଟି ପକ୍ଷରୁ ଦୋଳ ନେଇ ଆସୁଥିବା ବିଭିନ୍ନ ଗ୍ରାମର ଯଥା ଵେରଵୋଇ,ତରଵୋଇ,ସୁନିନ୍ଦା,ଖଣ୍ଡାୟତ ପାଟଣା,ସମ୍ଭୁଭାରତୀ ପାଟଣା,ତେରହଳ,ବିରାଟ ସାହି,କମାକନ୍ତିଆ,ଚନ୍ଦ୍ରାଦେଇପୁର,ଗୋକନ ଆଦି ଗ୍ରାମର ମୂରଵୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ଏଭଳି ପ୍ରସ୍ତାଵକୁ ଆସିଥିବା ମୂରବୀ ମାନେ ସ୍ବାଗତ କରିଛନ୍ତି। ତେବେ ଅଧିକ ଗୋଟିଏ ଦିନ ପଡ଼ିଆରେ ରହୁଥିବା ଠାକୁରଙ୍କ ପୂଜାର୍ଚ୍ଚନା ସହ ସମସ୍ତ ନୀତି କାନ୍ତି ନିମନ୍ତେ ବିମାନ ସହିତ ଥିବା ମହାପାତ୍ର ଓ ପୂଜାରୀଙ୍କ ପାଇଁ ମେଳଣ କମିଟିରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି। ସେହିଭଳି ମେଳଣ ଶୋଭାଯାତ୍ରାରେ କୈାଣସି ପ୍ରକାରେ ଡି ଜେ ଵାଦ୍ୟକୁ ଅନୁମତି ନାହିଁ ବୋଲି କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି।ପୂର୍ବରୁ ମେଳଣରେ ଜମାଣ ଉତ୍ସବ ସହ ଗୋଟିଏ ଦିନ ମେଳଣ ହୋଇଥାଏ। ସେହି ରାତିରେ ଆତସବାଜି ପ୍ରତିଯୋଗୀତା ଅନୁଷ୍ଠିତ ହେଵା ପରେ ପରଦିନ ଠାକୁରଙ୍କ ହରିହର ଭେଟ କରାଯାଇଥାଏ।ମେଳଣ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସଭାପତି ପ୍ରଭାକର ଦଳାଇ ସମ୍ପାଦକ ବଳଭଦ୍ର ଜେନା, ପ୍ରସନ୍ନ କୁମାର ଶତପଥୀ, ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ କୃପାସିନ୍ଧୁ ଦତ୍ତ ସହ ମେଳଣ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

0 Comments