ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଓଡ଼ିଶା ପକ୍ଷରୁ ସରକାରଙ୍କ ନିକଟରେ ୧୨ ଦଫା ଦାବି

 


ନିମାପଡ଼ା, ୨୩/୦୧: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଭୁବନେଶ୍ୱର ଓଡ଼ିଶା ତରଫରୁ ଉଚ୍ଚ ସ୍ତରୀୟ ଏକ୍ସପୋର୍ଟ  କମିଟି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ,ଓଡ଼ିଶା ସରକାର  ଙ୍କ ନିକଟରେ ୧୨ ଦଫା  ସମ୍ବଳିତ ଦାବୀ ପତ୍ର ଉପସ୍ଥାପନ କରା ଯାଇଥିଲା। କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ,ଆବାହକ ଶ୍ରୀ ଯୁକ୍ତ ସନାତନ ପଣ୍ଡା , ସଭ୍ୟ ମାନସ ରଞ୍ଜନ ଦାଶଙ୍କ  ଉପସ୍ଥିତିରେ ଫେଡେରେସନ୍ ର ସଭାପତି ଶ୍ରୀ ଯୁକ୍ତ ରମଣୀ ରଂଜନ ତ୍ରିପାଠୀ ମହାସଚିବ ଶ୍ରୀ ଯୁକ୍ତ ଜ୍ୟୋତି ରଞ୍ଜନ ଦାଶ  ଉପ ସଭାପତି ରାମ ନାରାୟଣ ମିଶ୍ର , ବିଷ୍ଣୁ ଚରଣ ବେହେରା ,ଉପ ସଭାନେତ୍ରି ଲିଲିମା ପଟେଲ , ଜମ୍ୱେଶ୍ୱର୍ ମଲ୍ଲିକ ,ରଞ୍ଜନ ମହାନ୍ତି, ଭକ୍ତ ରଞ୍ଜନ ମିଶ୍ର, ଫାନିନ୍ଦ୍ର ଗାଇଁନ ,ସୁକାନ୍ତ ଭୁୟାଁ, ମମତା କର,ଅନନ୍ତ ରାମ ପଟେଲ,ବିମ୍ବାଧର ସେନାପତି ପ୍ରମୁଖ ଉପସ୍ଥିତ ରହି ସଙ୍ଗଠନ ର ବିଭିନ୍ନ ଦାବି ଉପରେ ବିଶଦ ଆଲୋଚନା କରିଥିଲେ। ଫେଡରେସନ ର ନ୍ୟାୟ ସଙ୍ଗତ ଦାବିଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ ପୂରଣ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାମାନେ ଉଚ୍ଚ ସ୍ତରୀୟ ଏକ୍ସପୋର୍ଟ  କମିଟିକୁ ଜଣାଇଥିଲେ।

Post a Comment

0 Comments