ନିମାପଡ଼ା: ୦୭/୦୧: ଆଥ୍ଲେଟିକ୍ ଆସୋସିଏସନ୍ ଦ୍ବାରା ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ୩୦ତମ ତାପସ ମେମୋରିଆଲ୍ ନିମାପଡ଼ା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଛି। ଚତୁର୍ଥ ଦିନରେ ତୃତୀୟ କ୍ୱାର୍ଟରଫାଇନାଲ ମ୍ୟାଚରେ ଖୋର୍ଦ୍ଧା କ୍ରୀକେଟ ଆସୋସିଏସନ୍ ସହିତ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଖୋର୍ଦ୍ଧା କ୍ରୀକେଟ ଆସୋସିଏସନ୍ ଟଚ୍ ଜିତି ୨୫ ଓଭରରେ ରଣଜିତ୍ ପାଇକରାୟ ସର୍ବାଧିକ ୭୨ ଓ ରାକେଶ ପଟ୍ଟନାୟକ ୪୨ରନ୍ କରି ୩ ଓ୍ବିକେଟ ହରାଇ ୨୫୭ ରନ୍ କରିଥିବାବେଳେ ଦ୍ବିତୀୟ ଇନିଂସିରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ରନ୍ ପିଛା କରି ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୯୮ ରନ୍ କରି ଶେଷରେ ୧୫୯ ରନ୍ ପରାଜୟ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ ରାକେଶ ପଟ୍ଟନାୟକ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯାଇଥିଲା।ଆଜିର ମ୍ୟାଚରେ ଆଥଲେଟିକ ଆସୋସିଏସନ ସଭାପତି ଅକ୍ଷୟ କୁମାର ବେହେରା ସଭାପତିତ୍ବରେ ଅତିଥି ରୂପେ ବରିଷ୍ଠ ଧରିତ୍ରୀ ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ, ହେଲ୍ପ ଲାଇନର ସଭାପତି ଅକ୍ଷୟ କୁମାର ସାହୁ,ସମାଜ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ ନିର୍ମଳ ମହାପାତ୍ର ଓ ତ୍ରୀଭୁବନନାଥ ଦାଶ ପରିଚାଳନା କରିଥିଲାବେଳେ ସ୍କୋରିଙ୍ଗି କରିଥିଲେ ଆନିଶ୍ ପ୍ରଧାନ ଓ ଆନନ୍ଦ ପ୍ରସାଦ ମଲ୍ଲିକ ।ଆସନ୍ତାକାଲିର ଚତୁର୍ଥ କ୍ୱାର୍ଟରଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିବେ ପାରାଦୀପ କ୍ରୀକେଟ କ୍ଲବ ଆସେସିଏସନ ସହିତ ଗତବର୍ଷର ଚମ୍ପିୟାନ ରମେଶ୍ବର ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ।

0 Comments