ନିମାପଡ଼ା, ୦୩/୦୧: ବଳଙ୍ଗା ଥାନା ଅନ୍ତର୍ଗତ ଆଦି ଓ କ୍ରୀଷ୍ଣା ମେମୋରିଆଲ କ୍ରିକେଟ୍ କ୍ଲବ୍ ଗଡ଼ଚାନ୍ଦପୁର ଟୁର୍ଣ୍ଣାମେଣ୍ଟରେ ମେଳନପଡିଆରେ ଆଠଦିନ ଧରି ଖେଳ ଚାଲିଥିବାବେଳେ ବୁଧବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଏସଆରଟି ୧୧,କଣାସ ସହିତ ଓୟେଲକମ -୧୧ ଅଚ୍ୟୁତୁପୁରୁ ମଧ୍ୟରେ ହୋଇଥିଲା । ଓୟେଲକମ ଅଚ୍ୟୁତୁପୁରୁ କ୍ରିକେଟ୍ ଟିମ୍ ପ୍ରଥମେ ଟଚ୍ ଜିତି ୧୮ ଓଭରରେ ଖେଳି ତିନୋଟି ଉଇକେଟ ହରାଇ ୨୭୭ ରନ୍ କରିଥିଲା ବେଳେ ଦ୍ୱିତୀୟ ଇନ୍ ସୀରେ ଓୟେଲକମ ଅଚ୍ୟୁତୁପୁରୁ ରନ୍ ର ପିଛା କରି ଶେଷରେ ସମସ୍ତ ଉଇକେଟ ହରାଇ ହାରିଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥ୍ ଭାବେ ଗଡଚାନ୍ଦପୁରୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁସାନ୍ତ କୁମାର ପାତ୍ର,, ମୁଖ୍ୟବକ୍ତା ଗଙ୍ଗାଧର ଜେନା, ଅଶୋକ କୁମାର ଦାଶ, ବ୍ରଜବନ୍ଧୁ ପ୍ରଧାନ, ଅରକ୍ଷିତ ପରିଡ଼ା , ପୁର୍ଣ୍ଣଚନ୍ଦ୍ର ଦିଖିତୀ ପ୍ରମୁଖ ଅତିଥିଭାବ ଯୋଗଦେଇ ବିଜେତା ଦଳକୁ ୧୨ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଅପ୍ ଦଳଙ୍କୁ ୮ହଜାର ଟଙ୍କା ସହ ଟ୍ରଫି ପୁରସ୍କୃତ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ ଅମ୍ବୁଜା ସ୍ବାଇଁ ଓ ମ୍ୟାନ ଅଫ୍ ଦି ସିରିଜି ବିରଞ୍ଚିନାରାୟଣ ପାଲଟା ସିଂଙ୍କୁ ସିଲ୍ ପ୍ରଦାନ କରାଜାଇଥିଲା ।ଖେଳକୁ ପରିଚାଳନା କରିଥିଲେ ଗୋବିନ୍ଦ ଚନ୍ଦ୍ର ପରିଡା ଓ ପଷ୍ଣୁରାମ ବେହେରା ,ଅଜୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

0 Comments