ନିମାପଡ଼ା, ୦୭/୦୧: ୬ଟି ବେଆଇନ କରତ କଳ ଉପରେ ବନ ବିଭାଗର ଚଢାଉ ଆଜି ଭୋରରୁ ପୁରୀ ଜିଲ୍ଲା ନିମାପଡ଼ା ତୁଳସୀପୁର ଠାରେ ଥିବା ୬ଟି ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ କରାଯିବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାସ ଓ କାଠ ଜବତ କରାଯାଇଛି।ନିମାପଡ଼ା ଓ ଆଖପାଖ ଅଞ୍ଚଳରେ ଛତୁ ଫୁଟିବା ଭଳି ବେଆଇନ କରତକଳ ଗଢି ଉଠୁଥିବା ବେଳେ ଅଭିଯୋଗ ପାଇ ଆଜି ଭୋରରୁ ପୁରୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ତୁଳସୀପୁର ଠାରେ ଥିବା ୬ଟି ବେଆଇନ କରତକଳ ଉପରେ ଏକକାଳୀନ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଜନ୍ତ୍ରାସ ଓ କାଠ ଜବତ କରାଯାଇଛି । ପୂର୍ବରୁ ସୂଚନା ପାଇ କିଛି କରତକଳ ମାଲିକ ମାନେ କେତେକ ଯନ୍ତ୍ରାଂଶ ଖୋଲି ନେଇ ଯାଇଥିଲେ ମଧ୍ୟ ଚଢ଼ାଉରେ ସାମିଲ ବନ ବିଭାଗର ସ୍ବତନ୍ତ୍ର ଟିମ ଅନ୍ୟାନ୍ୟ ଯନ୍ତ୍ରାଂଶ ,ମଟର ଆଦିକୁ ମେସିନ ଦ୍ଵାରା କାଟି ଜବତ କରିଛି । ଜବତ ଯନ୍ତ୍ରାଂଶ ଓ କାଠ ର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ । ପୁରୀ ବନ୍ୟପ୍ରାଣୀ ବିଭାଗ ଏ ସି ଏଫ୍ ଅଶୋକ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କୋଣାର୍କ, ଅସ୍ତରଂଗ ,ଗୋପ ,ବାଲୁଖଣ୍ଡ ଓ ବ୍ରହ୍ମଗିରିର ରେଞ୍ଜର ମାନଙ୍କ ସହ ୧୦୦ରୁ ଉର୍ଦ୍ଧ ସଂଖ୍ୟାରେ ଫରେଷ୍ଟର , ଗାର୍ଡ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଜିଲ୍ଲାରେ କରତକଳ ପାଇଁ କୌଣସି ଅନୁମତି ନଥିବା ବେଳେ ପ୍ରଭାବଶାଳୀ ଲୋକମାନେ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇ ବେଆଇନ କରତକଳ ସ୍ଥାପନ କିଭଳି କରୁଛନ୍ତି ,ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

0 Comments