ଜନ ଅଭିଯୋଗ ଶୁଣାଣି ବିବାଦ ପରେ ପୁଣି ସମୀରଙ୍କ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗୁପ୍ତ ବୈଠକ।

 


ନିମାପଡ଼ା, ୧୮/୦୧: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ସମୟରେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ ବେସ କିଛି ଦିନ ହେବ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ସମୀର ଓ ପ୍ରଭାତୀଙ୍କ କଳି। ସରକାର ପରିବର୍ତ୍ତନ ଆରମ୍ଭରୁ ଦୁହିଁଙ୍କ ମଧ୍ୟରେ ଭିତିରି ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଏବେ ଏହା ସାଧାରଣରେ ମହାଯୁଦ୍ଧରେ ପରିଣତ ହୋଇସାରିଛି।ସମୀରଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ଅପର ପକ୍ଷରେ ଜିଲ୍ଲା ସଭାପତିଙ୍କ ତାଗିତି।ପରେ ଜିଲ୍ଲା ସଭାପତିଙ୍କ ତାଗିଦ୍ କୁ ଖାତିର ନକରି ପୁଣି ସମୀରଙ୍କ ଜଣ ଅଭିଯୋଗ ଶୁଣାଣି।ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଭାତୀଙ୍କ ସମୀରଙ୍କୁ ଜନ ଅଭିଯୋଗ ଶୁଣାଣିକୁ ନେଇ କଟାକ୍ଷ କରି କହିଛନ୍ତି କିଛି ଲୋକ କ୍ଷମତାରେ ଦୀର୍ଘ ସମୟ ରହି ପରେ ମଧ୍ୟ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ଅସଫଳ ହୋଇ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ଯଦି ସମସ୍ୟାର ସମାଧାନ କରିଥାନ୍ତେ ତାହାଲେ ଆଜି ଆମ ପାଖକୁ ଲୋକଙ୍କର ସହ ସହ ଅଭିଯୋଗ ପତ୍ର ଆସିନଥାନ୍ତା।ସମସ୍ତ ଘଟଣା ଘଟିବା ପରେ ସମୀରଙ୍କ ପ୍ରତିକ୍ରିୟା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ଆଗାମୀ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତ ପାଇଁ ସମୀର ନିଜ ପଞ୍ଚାୟତ ତଥା ଭିଲିଗ୍ରାମ ପଞ୍ଚାୟତର ବଛା ବଛା ୨ଶହରୁ ଉର୍ଦ୍ଧ ନେତୃତ୍ୱଙ୍କୁ ନେଇ ନିମାପଡ଼ା ଓ ଗୋପ ର ମଧ୍ୟମ ସ୍ଥଳ ଦିଘାଳ ମାନସକାନନ ନିକଟରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ,ବରିଷ୍ଟ ନେତା ତଥା ସମୀରଙ୍କ ସହଯୋଗୀ ଅଶୋକ ସାହୁ ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ ,ବରିଷ୍ଠ ନେତୃତ୍ୱ ଜୀବନାନନ୍ଦ ମହାପାତ୍ର, ଯୁବ ନେତା ରାକେଶ ବେହେରା, ପୂର୍ବତନ ଜିଲ୍ଲା ପରିସଦ ସଭ୍ୟ ସୁଧୀର ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଆଜିର ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ୩୧ ଜଣିଆ କମିଟି ଗଠନ ହୋଇଥବା ଜଣାପଡ଼ିଛି। ଏପଟେ ଜନ ଅଭିଯୋଗ ଶୁଣାଣୀକୁ ନେଇ ଆଲଚନା ଓ ସମାଲୋଚନା ଉପରେ ପୂର୍ଣ୍ଣ ଛେଦ ପକାଇଛନ୍ତି ସମୀରଙ୍କ ଦୀର୍ଘ ଦୁନିର ସହଯୋଗୀ ତଥା ଜିଲାପରିସଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ। ସେ କହିଛନ୍ତି ଯେ ଜିଲ୍ଲା ସଭାପତିଙ୍କ ତାଗିଦ୍ ହାସ୍ୟସ୍ପଦ ଏବଂ ଆମ ସଂଗଠନିକ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସଭାପତିଙ୍କ ପକ୍ଷରୁ କୌଣସି ନୋଟିସ ଜାରି ହୋଇ ନାହିଁ କି ରାଜ୍ୟ ନେତୃତ୍ୱ ଏହାକୁ ନେଇ ଆମ ସହିତ ଆଲଚନା କରିନାହାନ୍ତି।ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିମାପଡ଼ା ବିଜେପି ଦୁଇ ଫାଳରେ ବିଭକ୍ତ ହୋଇଥିବା ସିଧା ସଳଖ ବାରି ହିଥିବା ବେଳେ ଆଗାମୀ ନିର୍ବାଚନରେ ନିମାପଡ଼ା ଓ ଗୋପ ଦୁଇଟି ବ୍ଲକ୍ କାହା ନେତୃତ୍ୱରେ ଦଖଲ ହେଉଛି ଦେଖିବାକୁ ବାକି ରହିଲା।

Post a Comment

0 Comments