ନିମାପଡ଼ା, ୦୯/୦୧: ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ,ବଡସିରୁବିଲ୍ଲା,ଧନୁଆ , ଅନ୍ତୁଆର,ରେଞ୍ଚ ,ଖେଲାର,ଶଗଡା,ଅରିଷଣ୍ଡ,ସଲଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଆଜି ପୁର୍ବାହ୍ନ ୧୧ଟାରେ ବନ୍ଦେ ମାତରମ"ର ୧୫୦ତମ ବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ପ୍ରଶିକ୍ଷଣ, ସାମୁହିକ ଗାନ ଓ ଅନ୍ୟାନ୍ୟ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ନିମାପଡ଼ା ବ୍ଲକ ଅଧିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡନିନିଗାଁ ବିଦ୍ୟାଳୟ ପରିସରରେ ସମ୍ପାଦକ ସନ୍ତୋଷ ବରାଳ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନଙ୍କର ସାମୁହିକ “ବନ୍ଦେ ମାତରମ" ଗାନ, ବିଭିନ୍ନ ପ୍ରତିଯୋଗୀତା ଓ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଚିନ୍ମୟୀ ବିଶ୍ବାଳ, ସସ୍ମିତା ପ୍ରଧାନ, ସାରଥୀ ଜେନା,ଶ୍ମତୀରେଖା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହ ବନ୍ଦେ ମାତରମ ଗାନ କରିଥିଲେ।

0 Comments