ସରସ୍ବତୀ ଶିଶୁ ମନ୍ଦିର ବଡନିନିଗାଁର ତୃତୀୟ ବାର୍ଷିକ ଉତ୍ସବ ପାଳିତ।ପିଲାମାନଙ୍କୁ ଖେଳ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ପରାମର୍ଶ

 


ନିମାପଡ଼ା, ୦୩/୦୧: ବଳଙ୍ଗା ଥାନା ଅନ୍ତର୍ଗତ ବାମନାଳ ପଞ୍ଚାୟତ ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବଡନିନିଗାଁର ତୃତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ସମ୍ପାଦକ ସନ୍ତୋଷ ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ରୂପେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା,ଶିଶୁ ମନ୍ଦିରର ଉତ୍ତରୋତ୍ତର ଉନ୍ନତି ସହାୟକ ହେବାର ଆଶ୍ଵାସନା ଦେବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିବାବମାନଙ୍କୁ ପିଲାମାନଙ୍କୁ ଖେଳ ମାଧ୍ୟମରେ ପାଠ ପଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ବକ୍ତା ଭାବେ ବଳଙ୍ଗା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ପ୍ରଦୋଷ କୁମାର ପତି ଯୋଗଦେଇ ଅଭିଭାବକ ମାନଙ୍କୁ ଶିଶୁମାନଙ୍କର ସଠିକ ସଂସ୍କାର ଦେବା ସହ ସେମାନଙ୍କର ପାଠପଢ଼ା ପ୍ରତି ଧ୍ୟାନ ଦେବା ଓ ଉଜ୍ବଳ ଭବିଷ୍ୟତ ତୋଳି ଗଢିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବାମନାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ଦିପ ନାରାୟଣ ଦାଶ, ଅବସରପ୍ରାପ୍ତ ବାୟୁସେନା ବାହୀନିର ଉଚ୍ଚ ପଦସ୍ଥ କର୍ମଚାରୀ ଅଞ୍ଜନ ଦାଶ, ଅବସରପ୍ରାପ୍ତ ଶିକ୍ଷକ ସୁବଳ ଦାସ ,ସଭାପତି ,ପ୍ରମୁଖ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭାଵ ଉଦ୍ଦୀପକ ଭାଷଣ ଜରିଆରେ ଭଲ ମଣିଷ ହେବାପାଇଁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ମେଡାଲ ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।ପ୍ରଧାନ ଆଚାର୍ଯ୍ୟା ଚିନ୍ମୟୀ ବିଶ୍ବାଳ ଶିଶୁ ମନ୍ଦିରର ବିବରଣୀ ପାଠ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ଆଚାର୍ଯ୍ୟ ନବକୃଷ୍ଣ ବାରିକ ମନ୍ତ୍ରପାଠ, ଗୁରୁବନ୍ଦନା ଓ ସରସ୍ଵତୀ ବନ୍ଦନା ଗାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

0 Comments