ନିମାପଡ଼ା, ୧୦/୦୧: ନିମାପଡ଼ା ବ୍ଲକ ଅନ୍ତର୍ଗତ ଵାମନାଳ ପଞ୍ଚାୟତ ଅଧୀନ ବରିମୁଣ୍ଡ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବରିମୁଣ୍ଡ ଦେଉଳି ସାହି କମ୍ୟୁନିଟ ସେଣ୍ଟର ନିର୍ମାଣ ପ୍ରକଳ୍ପ କାର୍ଯ୍ୟରେ ପ୍ରତିବାଦରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି। ସୁଚନା ମୁତାବକ ବରିମୁଣ୍ଡ ଗ୍ରାମବାସୀ ମାନେ କରିଥିବା ଅଭିଯୋଗ ଅନୁଯାୟୀ ଗ୍ରାମର ଆରାଧ୍ୟ ଦେବତା ବାବା ନିଳକଣ୍ଠେଶ୍ବର ମହାଦେବଙ୍କ ନିଜସ୍ଵ ବାସସ୍ଥଳୀ ପିଠରେ ପ୍ଲାଟୁନଂ-୪୯୭ ୧୧ ଡିସିମିଲରେ ପ୍ରକଳ୍ପ କାର୍ଯ୍ୟ କେତେକ ବ୍ୟକ୍ତି ଗ୍ରାମବାସୀଙ୍କ ଅଗୋଚରରେ ଏବଂ ବିନା ଆଲୋଚନାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି।
ମାତ୍ର ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ଦିଷ୍ଟ ସ୍ଥାନର ରହିଥିବା ବେଳେ ସେମାନେ ରାଜନୈତିକ ଭାବେ ଏହି କାର୍ଯ୍ୟ ଆରମ୍ଭ କରି ଗ୍ରାମରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଉକ୍ତ ପ୍ରକଳ୍ପଟିକୁ ଦେବସ୍ଥଳିରେ ନିର୍ମାଣ କରି ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି। ତେଣୁ ପ୍ରକଳ୍ପ ନିର୍ମାଣ ଗ୍ରାମର ଯଥାସ୍ଥାନରେ କାର୍ଯ୍ୟ କରିବାପାଇଁ ଗ୍ରାମର ଦିବାକର ନାୟକ, ରମେଶ ଚନ୍ଦ୍ର ନାୟକ, ଦେବେନ୍ଦ୍ର ପ୍ରଧାନ, ଚିନ୍ତାମଣି ନାୟକ, ଆଲୋକ ପ୍ରଧାନ, ଗୋପାଳ ବାରିକ ପ୍ରମୁଖ ଗ୍ରାମବାସୀ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବାବଦରେ ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀଙ୍କୁ ପଚାରିବାରେ ସେ କହିଛନ୍ତି ମୁଁ ଏହି କାର୍ଯ୍ୟ ଉପରେ ତଦାରଖ କରିବି ବୋଲି କହିଥିଲେ।


0 Comments