ସ୍ୱାଧୀନତା ସଂଗ୍ରାମୀ ମୋହନ ଦାଶଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ।

 


ନିମାପଡ଼ା, ୦୧/୦୧: ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ନେତା ଓ ଭାଗଚାଷୀ ଆନ୍ଦୋଳନର ପୁରୋଧା ମୋହନ ଦାସଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆଜି ଅପରାହ୍ନରେ ମୋହନ ଦାସ ସ୍ମୃତି କମିଟି ଓ ପତିତପାବନ ସେବା ସଂଘ ଏବଂ ନିମାପଡ଼ା ଶହୀଦ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ନିମାପଡ଼ା ବ୍ଲକ ଅଧିନ ଚଅଁରପଦା ନିକଟସ୍ଥ ପତିତପାବନ ସେବାସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପତିତପାବନ ସେବା ସଂଘର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ଜଗତ ପ୍ରସାଦ ସାବୁତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ପୁର୍ବତନ ମନ୍ତ୍ରୀ ରାଜ୍ୟ ସମୀର ରଞ୍ଜନ ଦାଶ,ଏନଏସିର ଉପାଧ୍ୟକ୍ଷ ସନ୍ତୋଷ ଦାସ, କମ୍ୟୁନିଷ୍ଟ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ରାଉତ, ରାଜ୍ୟ କମିଟି ସଦସ୍ୟ ଦେବେନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ କୁମାର ଖଟୋଇ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଜିବନୀ ଉପରେ ଆଲୋକପାତ କରିବା ସହିତ ମୋହନ ଦାଶ ମହାନ ଜନ ନାୟକ ବିଜୁ ପଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଓ ଚାଷିମାନଙ୍କ ପାଇଁ ସବୁବେଳେ ଆମର ହୋଇ ରହିବେ ବୋଲି ମତବ୍ୟକ୍ତ ଦେଇଥିଲେ।ଆଜିର ମଞ୍ଚକୁ ପରିଚାଳନା କରୁଥିଲେ ସହିଦ ସ୍ମୃତି ସଂସଦ ସମ୍ପାଦକ ବେଣୁଧର ସେନାପତି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ସାହୁ,ଜିବନାନନ୍ଦ ମହାପାତ୍ର, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୋହନ ଦାସ ସ୍ମୃତି କମିଟିକୁ ପୁନର୍ଗଠନ କରାଯାଇ କିଭଳି ଆଗେଇବ ସେଥିପାଇଁ କମିଟିର ନୁତନ ସଭାପତି ଭାବେ ଜଗତ ପ୍ରସାଦ ସାବୁତ ଏବଂ ସମ୍ପାଦକ ସନ୍ତୋଷ କୁମାର ଦାଶକୁ ଦାୟିତ୍ଵ ଦିଆଜାଇ ଆଗାମୀ ପିଢ଼ି କିଭଳି ସରସ ସୁନ୍ଦର କାର୍ଯ୍ୟକ୍ରମ କରି କିପରି ଆଗେଇ ଚାଲିବ ସେଥିପାଇଁ ସଦସ୍ୟମାନଙ୍କ ମତାମତ ନିଆଯାଇ ଦାୟିତ୍ଵ ଦିଆଯାଇଥିଲା।

Post a Comment

0 Comments