ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଦୁଇ ଗୁରୁତର

 


କନ୍ଧମାଳ, ୨୩/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଗଞ୍ଜୁଖୋଲ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି । ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ବଲାଙ୍ଗୀର ଜିଲ୍ଲା କୁଲିଆ ବାହାଲ ଗାଁର ଭୀମା ଭୋଇ ଓ ତ୍ରିନାଥ ସାହା ବୋଲି ଜଣାପଡ଼ିଥିବାବେଳେ ଦୁଇ ଜଣ ଟେଲାପାଲି ନିକଟରେ ଚାଲିଥିବା ବ୍ରିଜ୍ କାମରେ ଶ୍ରମିକ ଭାବେ କାମ କରୁଥିବା ସୂଚନା ମିଳିଛି ।


ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ଦୁଇ ଜଣ କାମ ସାରି କୌଣସି କାମରେ ଏକ ବାଇକରେ ଫୁଲବାଣୀ ଯାଇଥିଲେ । ଫୁଲବାଣୀରୁ କାମ ସାରି ଫେରୁଥିବା ସମୟରେ ଘନ କୁହୁଡି ଯୋଗୁଁ ବାଇକଟି ଭାରସାମ୍ୟ ହରାଇ ଗଞ୍ଜୁଖୋଲ ଛକ ନିକଟରେ ଏକ ଗଛରେ ପିଟି ହୋଇଥିଲା । ରାସ୍ତାରେ ଯାଉଥିବା ରତଙ୍ଗ ଗାଁର ମଳୟ ରଞ୍ଜନ ଦାସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଏକ ଆମ୍ବୁଲାନ୍ସ ଡାକି ଉଭୟଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ଆଣିଥିଲେ । ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି ।

Post a Comment

0 Comments