ତମ୍ପାଳ ପଞ୍ଚାୟତରେ ସମିରୀଙ୍କ କାର୍ଯ୍ୟକତ୍ତା ବୈଠକ


 ନିମାପଡ଼ା, ୨୯/୧୨: ନିମାପଡ଼ା ବ୍ଲକ ତମ୍ପାଳ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ୩ଶହରୁ ଉର୍ଦ୍ଧ କାର୍ଯ୍ୟକତ୍ତା ଯୋଗ ଦେଇଥିଲେ।

ପଞ୍ଚାୟତର କେତେଜଣ ବ୍ୟକ୍ତିଙ୍କୁ ସାଙ୍ଗଠନିକ ଦାୟିତ୍ଵ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରେ ସେ ଦିଗରେ ସଂଗଠନର ଉଦ୍ଦେଶ୍ୟ ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦାସ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତମ୍ପାଳ ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ମୁଖପାତ୍ର ସମୀର ରଞ୍ଜନ ଦାସ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ନେତୃତ୍ୱ ଅଶୋକ କୁମାର ସାହୁ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ସ୍ବପ୍ନଶ୍ଵର ଲେଙ୍କା, ଅଭିମନ୍ୟୁ ପଣ୍ଡା, ତମ୍ପାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଚିତାନନ୍ଦ ଖୋଟେଇ, ଗୋପ ବ୍ଲକ ଜୀବ ନେତୃତ୍ୱ ସନ୍ଦିପ ପାଇକରାୟ ୩ଶହରୁ ଅଧିକ ସକ୍ରିୟ କାର୍ଯ୍ୟକତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏଇ ବୈଠକରେ ସର୍ବସମ୍ମତି କ୍ରମେ ୧୫ ଜଣିଆ କମିଟି ଗଠନ କରାଗଲା। ଏହି କମିଟିର ଆବାହକ ଭାବେ ବିକେଇ ଚରଣ ସାହୁ, ବଟକୃଷ୍ଣ ରାଉତ, ସତ୍ୟବ୍ରତ ବେହେରାଙ୍କୁ ମନୋନୀତ କରାଗଲା।

Post a Comment

0 Comments