ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ।


ଚାରିଛକ, ୨୦/୧୨: ଚାରିଛକ ନିକଟସ୍ଥ ତମ୍ପାଳ ଦାମୋଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିରେନ୍ଦ୍ର ସାମନ୍ତରାୟ ଙ୍କ ନେତୃତ୍ୱରେ ବାର୍ଷିକ କ୍ରୀଡା ଉତ୍ସଵ ଓ ପୁରସ୍କାର ବିତରଣ  କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସସ୍ମିତା ଖଟୋଇ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ସେନାପତି ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ସୁମିତ୍ରା ସ୍ଵାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗ ମୋହନ ପାତ୍ର ,ବସନ୍ତ କୁମାର ସାହୁ ,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନେତ୍ରାନନ୍ଦ ବାରିକ ,ମୋ ସ୍କୁଲ ସଭାପତି ଈଶ୍ୱର ଚନ୍ଦ୍ର ବିଶ୍ୱାଳ ,ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ପଢ଼ିଆରୀ, ସଭ୍ୟ ରଚିତା ନନ୍ଦ ଖଟୋଇ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଖେଳ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ, ମାନସିକ ଭଲ ସୁସ୍ଥ ରହିବା ସହିତ ପାଠ ପଢ଼ାରେ ମନ ଲାଗିଥାଏ ବୋଲି ଅତିଥି ବକ୍ତବ୍ୟରେ କହିଥିଲେ । ସଭା କାର୍ଯ୍ୟ ଶେଷରେ କ୍ରୀଡା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ବାର୍ଷିକକ୍ରୀଡା  ଉତ୍ସବ ତିନିଦିନ ଧରି ଚାଲିଥିଲା । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଧୁଶାସନ ସାହୁ ,ଲିଙ୍ଗରାଜ ପଣ୍ଡା ,ବଟକୃଷ୍ଣ ସେଠୀ ,ବ୍ରହ୍ମାନନ୍ଦ ସାହୁ  ଅନୁଷ୍ଠାନ ର ଶିକ୍ଷକ ଲଷ୍ମୀଧର ସାହୁ ଶିକ୍ଷୟତ୍ରୀ ସଂଗୀତା ବେହେରା ,ସୁଭଲଷ୍ମୀ ଦାସ ,ପ୍ରଭାରଣୀ ମହାପାତ୍ର ,ନୟନା ସାହୁ ,ପୁଷ୍ପିତା ମାଝୀ ,ସନ୍ଧ୍ୟାରଣୀ ସେଠୀ ,ସଙ୍ଗୀତ ସନ୍ଧ୍ୟା ପଟେଲ ,ଜ୍ୟୋତ୍ରିମୟୀ ଦୀକ୍ଷିତ , ତୀତିକ୍ଷା ବେହେରା ,ଇତିଶ୍ରୀ ମହାନ୍ତି ସହିତ କିରାଣୀ ନିହାର ରଞ୍ଜନ ବଡ଼ ଜେନା ,ଚନ୍ଦନ କୁମାର ଭୋଇ ,ହାପି ସ୍ଵାଇଁ ସହିତ କର୍ମଚାରୀ ,ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

0 Comments