କେନ୍ଦ୍ରାପଡ଼ାରେ ଲଭ୍ ଜିହାଦ !


          ହିନ୍ଦୁ ଝିଅକୁ ଜବରଦସ୍ତି ଫସାଇ ବାହା ହେଉଛନ୍ତି, 
               ୧୦ ଲକ୍ଷ୍ୟ ଦେଉଛି ମୁସଲିମ ସଂଗଠନ 


    କେନ୍ଦ୍ରାପଡ଼ା ୧୯/୧୨: ଆସିଛି ଏକ ଚାଞ୍ଚଲ୍ୟ କଲାଭଳି ଖବର। ଜଣେ ମୁସଲମାନ ଯୁବକ ହିନ୍ଦୁ ଝିଅକୁ ଫସାଇ ବାହା ହେଲା ପରେ ତାଙ୍କୁ ମୁସଲିମ ସଂଗଠନ ଦେଉଛି ୧୦ ଲକ୍ଷ୍ୟ। ଗତ ୫ ବର୍ଷ ଭିତରେ ୪ରୁ ଅଧିକ ବିବାହ କରିଥିବା ଏହି ଯୁବକ ୨ ହିନ୍ଦୁ ଝିଅକୁ ବିବାହ କରି ୨୦ ଲକ୍ଷ୍ୟ ପାଇସାରିଲେଣି। ଆଉ ବଡ଼ କଥା ହେଉଛି ଟଙ୍କା ପାଇବା ପରେ ହିନ୍ଦୁ ଝିଅକୁ ଛାଡି ଦେଉଛନ୍ତି। ବିବାହ ବାହାନାରେ ହାଇଦ୍ରାବାଦ ନେଇ ଜଣେ ହିନ୍ଦୁ ଯୁବତୀଙ୍କୁ ସେ ବିକ୍ରି କରିଦେଇଥିବା ମଧ୍ୟ ଅଭିଯୋଗ ଉଠିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ଏହି 'ଲବ୍ ଜିହାଦ' କୁ ନେଇ ଚର୍ଚ୍ଚା ବଡ଼ିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ଉକ୍ତ ମୁସଲିମ ଯୁବକଙ୍କ ପତ୍ନୀ।

    କେନ୍ଦ୍ରାପଡ଼ା ନସଡିପୁର ଅଞ୍ଚଳର ମହିଳା ଫିରଦା ଖାତୁନ ନିଜ ସ୍ବାମୀଙ୍କ ଏକାଧିକ ବିବାହକୁ ବିରୋଧ କରି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ହିନ୍ଦୁ ଝିଅକୁ ବଳପୂର୍ବକ ବିବାହ କରି ସ୍ବାମୀ ସାଇଜୁଦ୍ଦିନ ଖାନ କୁ ମୁସଲିମ ସଂଗଠନ ୧୦ ଲକ୍ଷ୍ୟ ଟଙ୍କା ଲେଖାଏଁ ଦେଉଥିବାର ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଙ୍କୁ ପଚାରିବାରୁ ସେ କହିଛନ୍ତି ମହିଳା ଜଣଙ୍କ ଅଭିଯୋଗ କରିବା ପରେ ତାଙ୍କ ସ୍ବାମୀ ସାଇଜୁଦ୍ଦିନ କ ନାମରେ ଏକ ମାମଲା ରୁଜୁ କରଯିବା ସହିତ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତ କୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢାଉ କରିଛୁ। ହେଲେ ସେ ଫେରାର ହୋଇଯାଇଛନ୍ତି। ଏଥିସହ ତାଙ୍କ ଫୋନ୍ ଲାଗୁନାହିଁ। ଫଳରେ ତାକୁ ଗିରଫ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଥମିକ ପର୍ଯ୍ୟାୟରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

Post a Comment

0 Comments