ବେଧଡକ ଭାବେ ଚାଲିଛି ଚୋରା ବାଲି ଚାଲାଣ, ନିଘୋଡ଼ ନିଦରେ ପ୍ରଶାସନ !



ନିମାପଡ଼ା,୧୯/୧୨ - କୁଶଭଦ୍ରା ନଦୀ ଗର୍ଭରୁ ଦିବାଲୋକରେ ବେଧଡକ ଭାବେ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ସମ୍ପୁର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବା ନେଇ ସାଧାରଣରେ ଚର୍ଚ୍ଚୀର ବିଷୟ ପାଲଟିଛି। ଦୀର୍ଘଦିନ ଧରି ଡେଣୁଅଁ ପଞ୍ଚାୟତ ସ୍ଥିତ ଡେଣୁଅଁବସ୍ତ ଠାରେ କୁଶଭଦ୍ରା ନଦୀ ଗର୍ଭରୁ ଖୁଲମଖୁଲା ଜେ.ସି.ପି , ଟ୍ରାକ୍ଟର ମଧ୍ୟମରେ ଚାଲିଛି ଚୋରା ବାଲି ଚାଲାଣ। ବ୍ୟାପକ ମାତ୍ରାରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ନଦୀ ବନ୍ଧ ଦୂର୍ବଳ ହେବା ସହ ନଦୀ ପଠାରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେଇଯାଇଥିବା ଦେଖିବାକୁ ମିଳିଛି। ସକାଳ ଠାରୁ ଆରମ୍ଭ କରି ବିଳମ୍ବିତ ରାତିରେ ଅନେକ ଗୁଡ଼ିଏ ଟ୍ରାକ୍ଟର ଗ୍ରାମ ରାସ୍ତାରେ ବାରମ୍ବାର ଜିବା ଆସିବା କରିବାଦ୍ୱାରା ଗ୍ରାମ ବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି। ଏଥିସହିତ ସରକାରୀ ଅନୁମତି ନଥିବାବେଳେ ବାଲି ମାଫିଆ ମାନେ ଦିନଦୁହିପହର ରେ ଜେଉଭଳି ନିର୍ଭୟରେ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଖୋଳି ବିକ୍ରି କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Post a Comment

0 Comments