ବଳଙ୍ଗା,୩୦/୧୨: ରାଜ୍ୟସ୍ତରୀୟ ୨୪ତମ ଲଙ୍କେଶ୍ଵରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବଳଙ୍ଗା ମିନି ଷ୍ଟାଡିୟମ୍ରେ ଉଦଜାପନି ଉତ୍ସବରେ ଫାଇନାଲ ମ୍ୟାଚ ଜଟଣୀ ପାରାଡାଇଜ ଓ ନାଇଜେରିଆ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ପାରାଡାଇଜ ଜଟଣୀ ୨-୦ ଗୋଲରେ ନାଇଜେରିଆ -୧୧ କୁ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଖେଳକୁ ପରିଚାଳନା କରିଥିଲେ ଜ୍ୟୋତିରଞ୍ଜନ ସ୍ବାଇଁ , ସୁନିଲ ହେମ୍ବ୍ରମ୍,ସମର ବରାଳ, ସୁଶାନ୍ତ କୁମାର ରାଉତ ଓ ସୁଦିପ୍ତ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। ଖେଳ ଶେଷରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅବୁ ଵେକର ଓ ମ୍ୟାନ ଅଫ ଦି ସିରିଜ ଭାବେ ରେୟାନ ଚିଵୁରୁରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଚମ୍ପିୟାନ ଟିମକୁ ୧୫୦୦୦ଟଙ୍କା ଓ ରନର୍ସ ଅପ ଟିମକୁ ୧୦୦୦୦ ଟଙ୍କା ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେବା ସହିତ ଵଳଙ୍ଗା ଠାରେ ଏକ ଉନ୍ନତ ଧରଣର ମିନି ଷ୍ଟାଡିୟମ୍ କରାଯିବ ବୋଲିି ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ଵଳଙ୍ଗା ସରପଞ୍ଚ ଅଞ୍ଜଳି ପ୍ରଧାନ,କୃଷକ ମୋର୍ଚ୍ଚା ଉପ ସଭାପତି ଅର୍ଜୁନ ବରାଳ, ପ୍ରସନ୍ନ କୁମାର ଦାଶ ଯୋଗ ଦେଇଥିଲେ।ସ୍ଥାନୀୟ ଲଙ୍କେଶ୍ବରୀ କ୍ଲବର ସଦସ୍ୟ ଶରତ କୁମାର ଵିଶ୍ଵାଳ, ତୋଫାନ ପ୍ରଧାନ, ପ୍ରଦୀପ୍ତ ଘଡେଇ, ରଞ୍ଜନ କୁମାର ସାହୁ ଓ ଟୁଲୁ ସାହୁ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ।

0 Comments