ବଳଙ୍ଗା,୨୫/୧୨ - ରାଜ୍ୟସ୍ତରୀୟ ୨୪ତମ ଲଙ୍କେଶ୍ଵରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବଳଙ୍ଗା ମିନି ଷ୍ଟାଡିୟମ୍ରେ ଲଙ୍କେଶ୍ୱରୀ ସ୍ପୋର୍ଟସ କ୍ଲବ୍ ବଳଙ୍ଗା ସହିତ ଜଗା ୟୁନାଇଟେଡ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ଵୀତୀୟ ଦିନରେ ଜଗାୟୁନାଇଟେଡ ଭୂଵନେଶ୍ଵର ୧-୦ ଗୋଲରେ ସ୍ଥାନୀୟ ଵଳଙ୍ଗା ଲଙ୍କେଶ୍ବରୀ ଫୁଟବଲ କ୍ଲବକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଖେଳକୁ ପରିଚାଳନା କରିଥିଲେ ଜ୍ୟୋତିରଞ୍ଜନ ସ୍ବାଇଁ , ସୁନିଲ ହେମ୍ବ୍ରମ୍,ସମର ବରାଳ, ସୁଶାନ୍ତ କୁମାର ରାଉତ ଓ ସୁଦିପ୍ତ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। ଲଙ୍କେଶ୍ଵରୀ ଫୁଟବଲ୍ କ୍ଲବର ସଭାପତି କୃପାସିନ୍ଧୁ ଦତ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଫୁଟବଲ୍ କୋଚ୍ ଜିଗୁଲୁରୁ ମହମ୍ମଦ,ସ୍ଥାନୀୟ ସରପଞ୍ଚ ଅଞ୍ଜଳି ପ୍ରଧାନ, ୧୯୮୪ ବ୍ୟାଚ ତରଫରୁ ପ୍ରକାଶଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା କାଲିର ମ୍ୟାଚ ଫ୍ରେଣ୍ଡ୍ସ ପାରାଡାଇଜି, ଜଟଣୀ ଓ ସେଞ୍ଚରୁଆନ ୟୁନୁଭରସିଟୀ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ।

0 Comments