ନିମାପଡ଼ା, ୨୦/୧୨: ନିମାପଡ଼ା ବ୍ଲକ ଶିକ୍ଷ୍ୟା ବିଭାଗ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ସ୍ଥିତ ଅଳକୁଣ୍ଡ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ଓ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷାକ ପଦବୀ ପୂରଣ ଦାବୀରେ ଗତ ତିନି ଦିନ ଧରି ଚାଲିଥିବା ଧାରଣା ଆଜି ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି। ବିଦ୍ୟାଳୟ ସମସ୍ୟା ସମାଧାନ ଦାବିରେ ବିଦ୍ୟାଳୟ ସମ୍ମୁଖରେ ପୂର୍ବତନ ସରପଞ୍ଚ ବଟକୃଷ୍ଣ ସ୍ବାଇଁ, ଦୁର୍ଯ୍ୟୋଧନ ବାରିକ, ସମିତିସଭ୍ୟ ଲକିବାଳା ନାୟକ, ଅଭିଭାବକ ବଳରାମ ନାୟକ, ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ବାରିକ, ସଭ୍ୟ ବିମ୍ବାଧର ନାୟକ, ସୁଧୀର ନାୟକ, କୃଷ୍ଣଚନ୍ଦ୍ର ବେହେରା, ଲିଙ୍ଗରାଜ ନାୟକ, ବିପିନ୍ ପ୍ରଧାନ, ସର୍ବେଶ୍ଵର ନାୟକ, ସୁଶୀଳ ପ୍ରଧାନ, ସୁବାସ ମଲ୍ଲିକ, ଅଶୋକ ମହାପାତ୍ରଙ୍କ ସମେତ ଶତାଧିକ ଲୋକ ଧାରଣାରେ ବସିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଧାରଣା ସ୍ଥଳରେ ସ୍ଥାନୀୟ ଅତିରିକ୍ତ ମଣ୍ଡଳଅଧିକାରୀ ସୁଦର୍ଶନ ଭୋଇ ଓ ସିଆରସିସି ମିସ୍କିନ ଖାଁ ପହଞ୍ଚି ଆଲୋଚନା କରିଥିଲେ। ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଟେଲିଫୋନ ଜରିଆରେ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ ଅନ୍ତର କରାଯାଇ ଅନ୍ୟଜଣଙ୍କୁ ଦାୟିତ୍ଵ ଦିଆଯିବ ଏବଂ ଅତିଶୀଘ୍ର ଖାଲିଥିବା ସମସ୍ତ ଶିକ୍ଷାକ ପଦବୀ ପୂରଣ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ସୋଇଥିଲା।

0 Comments