ସେଓ ବୁନ୍ଦିଆ ବାକି ଟଙ୍କାକୁ କେନ୍ଦ୍ର କରି ସରପଞ୍ଚ ଓ ଦୋକାନି ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ
ନି
ମାପଡ଼ା,୧୮-୧୨-୨୦୨୫ ବଳଙ୍ଗା ଥାନା ଅନ୍ତର୍ଗତ ବାମନାଳ ସରପଞ୍ଚ ବାକି ଟଙ୍କାକୁ କେନ୍ଦ୍ର କରି ଗଣ୍ଡଗୋଳ ଥାନାରେ ଅଭିଯୋଗ। ସୁଚନା ମୁତାବକ ସଂଯୁକ୍ତା ମହାପାତ୍ର କରିଥିବା ଅଭିଯୋଗ ଅନୁଯାୟୀ ମଧ୍ୟାହ୍ନ ସମୟରେ ମୁଁ ଓ ମୋର ସ୍ବାମୀ ଜାଗାବାଡି ର କାଗଜ ପତ୍ର ନେଇ ଯାଉଥୁଲୁ । ଆମ ବାମନାଳ ପଞ୍ଚାୟତ ଅଫିସ୍ ପାଖରେ ଆମର ସରପଞ୍ଚ ସୁରେନ୍ଦ୍ର ସ୍ଵାଇଁ ସେଠାରେ ଠିଆ ହୋଇଥିଲେ । ମୋର ସ୍ବାମୀ ନାମ ଧରି ଅଶ୍ଳିଳ ଅସଭ୍ୟ ଭାଷାରେ ଗାଳିଗୁଲଜ କରି କହିଲା କି ତୁ ଆଉ ଦିନେ ଯଦି ମୋତେ ଟଙ୍କା ମାଗିବୁ ଜିବନ ରୁ ମାରିଦେବାର ଧମକ ଦେଇଥିଲେ।ମୋର ସ୍ବାମୀ କହିଲେ ତୁମେ ଅଗଷ୍ଟ ୧୫ ଦିନ ମୋ ଠାରୁ ୮,୦୦୦ ଟଙ୍କାର ସେଓ ବୁନ୍ଦଆ ନେବା ସହିତ ମୋର ଇନ୍ଦିରା ବାସ କରାଇ ଦେବାକୁ କହି ୩୦ ହାଜର ଟକା ମୋ ଠାରୁ ନେଇଅଛି । ବର୍ତମାନ ମୋ ଅଶ୍ଳିଳ ଭାଷାରେ ଗାଳିଗୁଲଜ କାହିଁକି କରୁଛ। ମୁଁ ତୁମ ନାମରେ ଥାନାରେ ଜଣାଇବି । କହିବାରେ ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ ମୋର ସ୍ୱାମୀ ପାଖକୁ ଚିହିଁକି ଆସିଲେ ବଞ୍ଚିଲେ ସିନା ଥାନାରେ ମୋ ନାମରେ ଜଣାଇବୁ ବୋଲି କହି ମୋର ସ୍ବାମୀଙ୍କର ଗଞ୍ଜିକୁ ଧରି ପକାଇ ଭିଡା ଓଟରା କରି ତଳେ ପକାଇ ଦେଲେ । ମୋର ସ୍ବାମୀଙ୍କର ମୋବାଇଲ ବାଡେଇ ଭାଙ୍ଗିଦେବା ସହିତ ଇୟର କର୍ବକୁ ଛିଣ୍ଡାଇ ଫୋପାଚ ଦେଲା । ଆଜି ଜୀବନରୁ ମାରିଦେବୁ ବୋଲି କହି ମୋର ସ୍ଵାମୀଙ୍କୁ ଅତି ନିର୍ମମ ଭାବେ ବାଡିଆ ବାଡି କରି ଦେହ ସାରା ଖଣ୍ଡିଆ ଖାବରା କରି ରକ୍ତାକ୍ତ କରିଦେଲା । ତଳୁ ଏକ ପଥର ଉଠାଇ ଆଣି ମୋର ସ୍ବାମୀଙ୍କୁ ଜୀବନରୁ ମାରିଦେବା ପାଇଁ ମୋର ସ୍ଵାମୀ ଙ୍କ ମୁଣ୍ଡକୁ ଲକ୍ଷ କରି ପଥର ଫୋପାଡ଼ିବା ପାଇଁ ଉଦ୍ୟମ କରିବାରେ ମୁଁ ଛଡାଇବା ପାଇଁ ଯିବାରୁ ସେ ମୋତେ ଅଶ୍ଳୀଳ ଅସଭ୍ୟ ଭାଷାରେ ଗାଳିମନ୍ଦ କଲେ । ସେଠାକାର ଲୋକମାନେ ପାଟିତୁଣ୍ଡ ଶୁଣି ତାଙ୍କ କବଳରୁ ଆମ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ବଳଙ୍ଗା ଡାକ୍ତରଖେନାକୁ ନେଇଥିବାବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ। ସେ ଗଲାବେଳେ ଧମକ ଦେଇ କହିଛି ଯଦି ମୋ ନାମରେ ଥାନାରେ ଜଣାଇବୁ ତୋତେ ଓ ତୋ ପରିବାର ଲୋକ ମାନେ ଘରେ ଶୋଇଥିବା ବେଳେ ନିଆଁ ଲଗାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ସଂଯୁକ୍ତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷରେ ମଧ୍ୟ ସରପଞ୍ଚ ସୁରେନ୍ଦ୍ର ପାଲଟା ଅଭିଯୋଗ କରିଛନ୍ତି ତାଙ୍କୁ ବସନ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି। ବଳଙ୍ଗା ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
0 Comments