ନିମାପଡ଼ା ଉଚ୍ଚ ବିଦ୍ୟାଳୟର ପି ଏମ ଶ୍ରୀ ଉତ୍ସବ।

 


ନିମାପଡ଼ା, ୨୦/୧୨: ପୂର୍ବାହ୍ନରେ ସ୍ଥାନୀୟ ନିମାପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପି ଏମ ଶ୍ରୀ ଉତ୍ସବରେ ଏନ ଏ ସି ଅଧ୍ୟକ୍ଷ ସସ୍ମିତା ସାହୁ, କାଉନସିଲର ଧନୁର୍ଦ୍ଧର ଦାସ ଆଲୁମୁନି ସଭାପତି ତଥା ଶିକ୍ଷାବିତ ନାରାୟଣ ମିଶ୍ର, ସଂଯୁକ୍ତା ମହାନ୍ତି , ହୃଦାନନ୍ଦ ତ୍ରିପାଠୀ, ସୁଦର୍ଶନ ଭୋଇ,  ବିଦ୍ୟାଳୟପରିଚାଳନା କମିଟି ସଭାପତି ସମିମା ବେଗମ, ପରିଚାଳନା କମିଟି ଉପସଭାପତି ସରୀତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପି ଏମ ଶ୍ରୀ ଯୋଜନା ବେଶ ସହାୟକ ହେବ ବୋଲି କହିଥିଲେ। ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ କ୍ରିଡାଙ୍ଗନ, ସାହିତ୍ୟ ସୃଜନି, ଜିଜ୍ଞାସା, କୌଶଳ, ଅଲମ୍ପିକ୍ସ ଭ୍ୟାଲି ଏଜୁକେଶନ , ଧନ୍ଦାମୂଳକ ଶିକ୍ଷା,ଆଇ ଟି ଆଣ୍ଡ ଟି ଏଚ 

ଏଜୁକେଶନ, ବଜାର ଉପରେ ଗ୍ୟାଲେରୀ ଖୋଲାଯିବା ସହ ୨୦୩୬ ମସିହାରେ ମୋ ବିଦ୍ୟାଳୟର ରୁପରେଖ କିଭଳି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସହକାରୀ ଶିକ୍ଷକ ଜ୍ୟୋତିରଞ୍ଜନ ରଥ ଓ କ୍ରୀଡ଼ା ଶିକ୍ଷକ ରଣଜିତ କେଶରୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Post a Comment

0 Comments