ବଳଙ୍ଗା,୨୯/୧୨: ରାଜ୍ୟସ୍ତରୀୟ ୨୪ତମ ଲଙ୍କେଶ୍ଵରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବଳଙ୍ଗା ମିନି ଷ୍ଟାଡିୟମ୍ରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଓ ଫ୍ରେଣ୍ଡସ ପାରାଡାଇଜ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ସେମିଫାଇନାଲ ମ୍ୟାଚରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର କୁ ୩-୧ ଟ୍ରାଇ ରେ ହରାଈ ଫ୍ରେଣ୍ଡସ ପାରାଡାଇଜ ଜଟଣୀ ଫାଇନାଲରେ ପହଞ୍ଚିଛି। ଖେଳକୁ ପରିଚାଳନା କରିଥିଲେ ଜ୍ୟୋତିରଞ୍ଜନ ସ୍ବାଇଁ , ସୁନିଲ ହେମ୍ବ୍ରମ୍,ସମର ବରାଳ, ସୁଶାନ୍ତ କୁମାର ରାଉତ ଓ ସୁଦିପ୍ତ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। ଲଙ୍କେଶ୍ଵରୀ ଫୁଟବଲ୍ କ୍ଲବର ସଭାପତି କୃପାସିନ୍ଧୁ ଦତ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କା୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥିତ ପ୍ରଜ୍ଞା ରାୟ ମହାପାତ୍ର, ଚନ୍ଦ୍ରକାନ୍ତ ବରାଳ,ଦହିଜଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ପୂର୍ବତନ ସରପଞ୍ଚ ଅଜିତ୍ ଦଳାଇ ଯୋଗଦାନ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ସି ଜି ନାଇଜେରିଆ ଓ ଫ୍ରେଣ୍ଡସ ପାରାଡାଇଜ ଜଟଣୀ ମଧ୍ୟରେ ଅନୁଷ୍ଠିତ ହେଵ।

0 Comments