ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବଳଙ୍ଗା ରେ ପି.ଏମ୍.ଶ୍ରୀ ଉତ୍ସବ ପାଳନ


 ବଳଙ୍ଗା,୧୯/୧୨ - ଶୁକ୍ରବାର ଦିନ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବଳଙ୍ଗା ଠାରେ ପି.ଏମ୍.ଶ୍ରୀ ଉତ୍ସବ ଅତି ଆଢମ୍ବର ସହକାରେ ପାଳିତ ହୋଇଯାଇଛି |ଏହି ଉତ୍ସବ କୁ ନିମାପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥା ପି.ଏମ୍.ଶ୍ରୀ ଉତ୍ସବ ର ସଭାପତି ନନ୍ଦିତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏଲିଜା ବେହେରା ସ୍ବାଗତ ଭାଷଣ ରଖିଥିଲେ, ସ୍ଥାନୀୟ ସରପଞ୍ଚ ଅଞ୍ଜଳି ପ୍ରଧାନ ବିଦ୍ୟାଳୟ ର ବିକାଶ ଧରା, ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ଓ ସରକାର ଙ୍କ ପି.ଏମ୍.ଶ୍ରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ |ସଂମ୍ମାନିତ ଅତିଥି ଭାବରେ ଦହିଜଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା, ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା, ଏସ. ଏସ. ପି ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ସିଠ ପୂର୍ବତନ ସହକାରୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ହୋତା ଭାର୍ଗବୀ ସାହିତ୍ୟ ସଂସଦ ର ସଭାପତି କୃପାସିନ୍ଧୁ ଦତ୍ତ,ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା, ଏଲ. ଏନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ରସେନ ବାରିକ, ଓ. ଏଫ. ଏସ ଓଡିଶା ଟପର ରାଜେନ୍ଦ୍ର କୁମାର ଓଝା, ବିଦ୍ୟାଳୟ କମିଟି ସଭାପତି ସୁବାସ କୁମାର ଶତପଥୀ ଯୋଗ ଦେଇ ଏନ. ଇ. ପି ୨୦୨୦ ବିଷୟରେ ଆଲୋଚନା କରିଥିଲେ |ପବିଲିଓନ ୧, ୨, ୩, ୪ ଖୋଲା ଯାଇ ପାରମ୍ପରିକ ଖାଦ୍ୟ, ବିଜ୍ଞାନ ପ୍ରକଳ୍ପ, ସାହିତ୍ୟ ସୃଜନୀ ପତ୍ରିକା ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରା ଯାଇଥିଲା |ବିଦ୍ୟାଳୟ ର ଶିକ୍ଷକ ମାନସ କୁମାର ସେଠି ଓ ରେଶମା ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Post a Comment

0 Comments