ଖସୁଛି ସୁଫି, ରୂପା ଦର, ଗ୍ରାହାକଙ୍କ ମହଲରେ ଆନନ୍ଦ


 ଭୁବନେଶ୍ୱର, ୨୧/୧୨: କ୍ରମାଗତ ଆକାଶ ଛୁଇଁବା ପରେ, ଖସିଲା ସୁନା ରୁପା ଦର । ରେକର୍ଡ ଭାଙ୍ଗୁଥିବା ସୁନା ରୁପା ଦର ହ୍ରାସ ପାଇଛି । ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କେତେ ରହିଛି ସୁନା ରୁପା ଦର, ଆସନ୍ତୁ ଜାଣିବା ।


 - ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧ଶହ ୧୩ ଟଙ୍କା କମିଛି

- ୧ ଲକ୍ଷ ୩୩ ହଜାର ୨୪୯ ଟଙ୍କାରୁ ୧ ଲକ୍ଷ ୩୨ ହଜାର ୧୩୬କୁ ଖସିଛି ସୁନା

- ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ହଜାର ୧୯ ଟଙ୍କା ହ୍ରାସ ପାଇଛି

- ରୁପା ଦର କିଲୋଗ୍ରାମ ପ୍ରତି ୧୪ଶହ ୪୬ ଟଙ୍କା କମିଛି 

- ୧ ଲକ୍ଷ ୯୩ ହଜାର ୪୧୭ ଟଙ୍କାରୁ ୧ ଲକ୍ଷ ୯୧ ହଜାର ୯୭୧କୁ ଖସିଛି ରୁପା 

- ଲାଭ କମାଇବାକୁ ନିବେଶକ ବିକ୍ରି ଆରମ୍ଭ କରିବାରୁ ଖସୁଥାଇପାରେ ଦାମ୍

- ଘରୋଇ ଖାଉଟି ବଜାରରେ ସୁନା-ରୁପା ଚାହିଦା କମିଥିବା ସୂଚନା

- କିଛି ଦିନ ତଳେ ୧୦ ଗ୍ରାମ ସୁନା ଦର ଥିଲା ୧ ଲକ୍ଷ ୩୫ ହଜାର ଟଙ୍କା

- ରୁପା କିଲୋ କିଛି ଦିନ ତଳେ ୨ ଲକ୍ଷ ଟଙ୍କା ଟପିଥିଲା 

Post a Comment

0 Comments