କଣାସ, ୨୦/୧୨: ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ତଇଲା ଗ୍ରାମରେ ନବବଧୂଙ୍କୁ ଯୌତୁକ ପାଇଁ ପ୍ରେଟୋଲ ପକାଇ ହତ୍ୟା ଉଦ୍ୟମ ଘଟଣାରେ ନବବଧୂ ସୁଜାତା କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି। କଳାପଦର ଗ୍ରାମର ଉଛବ ସାହୁଙ୍କ ମଧ୍ୟମା କନ୍ୟା ସୁଜାତା ସାହୁ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ତଇଲା ଗ୍ରାମରେ ଅନତ ମାଝୀଙ୍କ କନିଷ୍ଠ ପୁତ୍ର ସୁଜିତ୍ ମାଝୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ପରଠାରୁ ଶାଶୁ, ଶଶୁର, ଜ୍ୱଇଁ ଏକ ଲକ୍ଷ୍ୟ ଟଙ୍କା ଦାବି କରି ଅନେକ ସମୟରେ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ସୁଜାତାଙ୍କ ବାପଘର ଲୋକେ। ଝିଅ ଫୋନ୍ ପାଇଁ ବାପା ଓ ଅନ୍ୟମାନେ ପୁଅ ଘରେ ପହଞ୍ଚି ବୁଝା ସୁଝା କରି ସମାଧାନ କରି ଆସନ୍ତି। ହେଲେ ଗତ ବୁଧବାର ବିଳମ୍ବିତ ରାତିରେ ଜ୍ୱଇଁଙ୍କ ପରିବାର ଲୋକେ ପ୍ରେଟୋଲ ଢ଼ାଳି ଝିଅକୁ ମାରିଦେବେକୁ ଉଦ୍ୟମ କରିଥିବା ଝିଅର ବାପଘର ଲୋକେ ଜାଣିବାକୁ ପାଇଥିଲେ। ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଜ୍ୱଇଁ ଘର ଲୋକ ଝିଅର ଚିକିତ୍ସା ପାଇଁ ଭୁବନେଶ୍ବର ନେଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ଏସସିବି ମେଡିକାଲରେ ନବବଧୂ ସୁଜାତା ଚିକିତ୍ସିତ ହେଉଥିଲେ। ଏ ନେଇ ଝିଅର ବୋଉ କାମିନୀ ସାହୁ ଗଡ଼ିଶାଗୋଦା ଥାନାର ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଶୁକ୍ରବାର ଦିନ ନବବଧୂ ସୁଜାତା କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସ୍ବାମୀ ସୁଜିତ୍ ମାଝୀ ଓ ଶାଶୂ ଦ୍ରୌପଦୀ ମାଝୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ କହିଛନ୍ତି। ଏନେଇ ୨୦୨/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

0 Comments