ନିମାପଡ଼ା, ୧୮/୧୨ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧୀନ ଛଣିଜଙ୍ଘ ଅଳକୁଣ୍ଡ ପଞ୍ଚାୟତ ହାଇ ସ୍କୁଲରେ ପଡ଼ିଲା ତାଲା।ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇବା ସହ ଦୁଇଦିନ ହେବ ଧାରଣା ବସି ରହିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅଧିକାଂଶ ସମୟରେ ବିଶୁଙ୍ଖଲିତ ଆଚରଣ ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଦୁଇଦିନ ହେବ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି।ଏପଟେ ମ୍ୟାଟ୍ରିକ ପରୀକ୍ଷା ଆଗକୁ ରହିଥିବା ବେଳେ ମୁଖ୍ୟ ବିଷୟ ଗଣିତ,ଇଂରାଜୀ ଓ ବିଜ୍ଞାନ ଶିକ୍ଷକ ଏଠାରେ ନଥିବାରୁ ପିଲାଙ୍କ ପାଠ ପଢାକୁ ନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିବା ସହିତ ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ପ୍ରଧାନଙ୍କୁ ଏବିଷୟରେ ପଚାରିବାରେ ସେ ଅଭିଭାବକ ମାନଙ୍କୁ ଦୂବ୍ୟବହାର ପ୍ରଦର୍ଶନ କରୁଥିବା କଥା ଧାରଣାରେ ବସି ରହିଥିବା ଅଭିଭାବକ ମାନେ ଅଭିଯୋଗ କରିବା ସହିତ ବିଶୁଙ୍ଖଲିତ ଆଚରଣ ପ୍ରଦର୍ଶନ କରୁଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ସହିତ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଥିବା ଜଣାପଡିଛି।ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନାହୋଇଚି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିବ ବୋଲି ଧାରଣାକାରୀ ମାନେ ପ୍ରକାଶ କରିଛନ୍ତି।

0 Comments