ବଳଙ୍ଗା,୨୬/୧୨ - ରାଜ୍ୟସ୍ତରୀୟ ୨୪ତମ ଲଙ୍କେଶ୍ଵରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବଳଙ୍ଗା ମିନି ଷ୍ଟାଡିୟମ୍ରେ ମଇନ୍ଦିପୁରୁ,କଟକ ଓ ଭଞ୍ଜନଗର ଫୁଟବଲ୍ କ୍ଲବ୍,ଘାଟିଖିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମଇନ୍ଦିପୁରୁ,କଟକ ୧-୦ ଗୋଲରେ ଭଞ୍ଜନଗର ଫୁଟବଲ୍ କ୍ଲବ୍,ଘାଟିଖିଆକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଖେଳକୁ ପରିଚାଳନା କରିଥିଲେ ଜ୍ୟୋତିରଞ୍ଜନ ସ୍ବାଇଁ , ସୁନିଲ ହେମ୍ବ୍ରମ୍,ସମର ବରାଳ, ସୁଶାନ୍ତ କୁମାର ରାଉତ ଓ ସୁଦିପ୍ତ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। ଲଙ୍କେଶ୍ଵରୀ ଫୁଟବଲ୍ କ୍ଲବର ସଭାପତି କୃପାସିନ୍ଧୁ ଦତ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଇଷ ଶାଶନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମାଜସେବୀ ଚିନ୍ତାମଣି ବରାଳ, ପ୍ରଭାକର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ନାଇଜର ୧୧ ଓ ସିଭିରମଣ ଗ୍ଲୋବାଲ ୟୁନିଭସିଟି ମଧ୍ୟରେ ଅନୁଷ୍ଠିତ ହେଵ।
.jpg)
0 Comments