ନିମାପଡ଼ା,୨୬/୧୨: ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ନିମାପଡ଼ା ମୁକ୍ତାକାଶ ମଞ୍ଚ ଠାରେ ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳାକାର ସଂଘ ଦ୍ୱାରା ତିନି ଦିନ ବ୍ୟାପୀ ଆରମ୍ଭ ହୋଇଥିବା ୨୫ତମ ନିମାପଡ଼ା ମହୋତ୍ସବକୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଓ ମହୋତ୍ସବ କମିଟି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।ଚଳିତ ବର୍ଷ ନିମାପଡ଼ା ମହୋତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଥମ ସନ୍ଧ୍ୟାରେ ନିମାପଡ଼ାର ନୃତ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ ନୃତ୍ୟାଭିନୟ ,କୋଟପାଡ଼ କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ଵାରା ଢେମସା ନୃତ୍ୟ ,ନିମାପଡାର ନଟରାଜ ଡାନ୍ସ ଗ୍ରୁପ ଓ ଭୁବନେଶ୍ଵରର ଏନ୍ ଏମ ଗ୍ରୁପର କଳାକାର ମାନଙ୍କ ଦ୍ଵାରା ସୃଜନଶୀଳ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଏହି ଅବସରରେ ଶିକ୍ଷା , ସ୍ବାସ୍ଥ୍ୟ , ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ସଫଳ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହୋତ୍ସବର ମୁଖପତ୍ର "ସମୃଦ୍ଧି ପଥେ ନିମାପଡ଼ା" ଉନ୍ମୋଚନ କରାଯାଇଥିଲା।

0 Comments