ଭୁବନେଶ୍ୱର, ୨୫/୧୨: ଲୋକପ୍ରିୟ କମେଡି ଅଭିନେତା ମିଷ୍ଟର ଗୁଲୁଆଙ୍କୁ ଧମକ । କୋଟିଏ ଟଙ୍କା ନଦେଲେ ବଦନାମ୍ କରିଦେବାକୁ ଧମକ। ଏନେଇ ଗୁଲୁଆ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରୁକ୍ଷା ପାଇଁ ସେ ପୁଲିସର ସହାୟତା ମାଗିଛନ୍ତି । ଓଡ଼ିଶାର ଚର୍ଚ୍ଚିତ ୟୁଟ୍ୟୁବର ତଥା କମେଡିଆନ ମିଷ୍ଟର ଗୁଲୁଆ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି । ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତମାନେ ପ୍ରଥମେ ଏକ କୋଟି ଟଙ୍କା ମାଗିଥିଲେ । ପରେ ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଟଙ୍କା ନଦେଲେ ସୋସିଆଲ୍ ମିଡିଆରେ ବଦନାମ କରିବା ସହ ମାରି ହାତଗୋଡ଼ ଭାଙ୍ଗି ଦେବାକୁ ଧମକ ମିଳୁଛି । ଏନେଇ ସେ ବାଲିଅନ୍ତା ଥାନାକୁ ଏତଲା ଦେବାକୁ ଯାଇଥିଲେ, ମାତ୍ର ସେଠାରେ ଧମକ ଦେଉଥିବା ଲୋକଙ୍କ ପତିଆରା ଥିବାରୁ ସେଠାରୁ ଫେରି ନିଜ ଅଞ୍ଚଳ ଛାଡ଼ି ଦେଇଛନ୍ତି ମିଷ୍ଟର ଗୁଲୁଆ । ଏକ ଅଜଣା ସ୍ଥାନରୁ ସୋସିଆଲ୍ ମିଡିଆରେ ଭିଡିଓ କରି ପ୍ରଶାସନକୁ ସୁରକ୍ଷା ଗୁହାରି କରିଛନ୍ତି କମେଡିଆନ୍ ମିଷ୍ଟର ଗୁଲୁଆ ।

0 Comments