ନିମାପଡ଼ା, ୧୭-୧୨-୨୦୨୫ - ନିମାପଡ଼ା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଳା ପତାକା ପ୍ରଦର୍ଶନ।ନିଜ ନିର୍ବାଚନ ମଣ୍ଡଳୀ ଅଧୀନ ନିମାପଡ଼ା ଦୋଳବେଦୀ ଛକ ନିକଟରେ ଦୁଇଜଣ ଯୁବକ ହାତରେ ଏକ ବ୍ୟାନର ଧରିବା ସହିତ କଳା ପତାକା ପ୍ରଦର୍ଶନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ କଳା ପତାକା ହାତରେ ଦେଖି ପୋଲିସ ମଧ୍ୟ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା ଜାରି ରଖିଥିଲା।ଏପଟେ କାହିଁକି ଯୁବକ ମାନେ ଏହିଭଳି ବିରୋଧ କରି ପ୍ରଦର୍ଶନ କରିଛନ୍ତି କାରଣ ଅସ୍ପଷ୍ଟ ଥିବା ବେଳେ ଦୁଇ ଯୁବକଙ୍କୁ ପୋଲିସ୍ ଘଟଣା ସ୍ଥଳରୁ ଉଠାଇ ନେଇଥିବାବେଳେ ଆଜି ଅପରାହ୍ନରେ ନିମାପଡ଼ା ପୋଲିସ ନିଜ ଆଡୁ ୩୬୨/୨୫ ରେ ଏକ ମାମଲା ରୁଜୁ କରି ଅଶାଲ ଗ୍ରାମର ରାକେଶ ସାହୁ (୨୩) ଓ ଅଣ୍ଡିଆ ସାହିର ସୁଜିତି ବେହେରା (୨୪) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ଘଟଣା କୁ ନେଇ ଏନେକ ମହଲରେ ନିନ୍ଦା କରାଯାଇଛି।
.jpg)
0 Comments