ନିମାପଡ଼ା, ୨୦/୧୨: ନିମାପଡ଼ା ଅବକାରୀ ରେଞ୍ଜ ପକ୍ଷରୁ ସନି ବାରେ ଗୋପ ଥାନା ଅନ୍ତର୍ଗତ ଖଡ଼ିସ ଛକ ଇଣ୍ଡିଆନ ପ୍ରେଟୋଲ ପମ୍ପ ନିକଟରେ ଅଚାନକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଜଣେ ଚୋରା ବ୍ରାଉନଶୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବ୍ୟବସାୟୀଙ୍କ ଠାରୁ ୭୭ ଗ୍ରାମ ବ୍ରାଉନଶୁଗାର ଜବତ୍ କରାଯାଇଥିବା ନେଇ ନିମାପଡ଼ା ଅବକାରୀ ରେଞ୍ଜ ଅଧିକାରୀ ପ୍ରଭାକର ସେଠୀ ସୂଚନା ଦେଇଛନ୍ତି। ବେପାରୀ ଜଣଙ୍କ ନିମାପଡ଼ା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ସୁରୁଷିତ ନାୟକ (୩୪)। ଏ ସମ୍ପର୍କରେ ଗିରଫ ବ୍ରାଉନଶୁଗାର ବ୍ୟବସାୟୀଙ୍କ ବିରୋଧରେ ନିମାପଡ଼ା ଅବକାରୀ ରେଞ୍ଜ ପକ୍ଷରୁ କେସ୍ ନଂ- ୮୧/୨୫-୨୬ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ କଡ଼ା ନିର୍ଦ୍ଦେଶକ୍ରମେ ନିମାପଡ଼ା ରେଞ୍ଜ ଅଧିକାରୀ ପ୍ରଭାକର ସେଠୀ, ଏଏସ୍ଆଇ ସନ୍ତୋଷ କୁମାର ମହାରଣା ପ୍ରମୁଖ ସଦଳବଳ ଏହି ଚଢ଼ାଉରେ ସାମିଲ୍ ହୋଇଥିଲେ। ନିମାପଡ଼ା ଅବକାରୀ ରେଞ୍ଜ ଅଞ୍ଚଳକୁ ଚୋରା ନିସା ମୁକ୍ତ ଅଞ୍ଚଳ କରାଯିବାକୁ ରେଞ୍ଜ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଇନ୍ସପେକ୍ଟର ପ୍ରଭାକର ସେଠୀ କହିଛନ୍ତି।

0 Comments