ନିମାପଡ଼ା,୨୧/୧୨: ହେଲ୍ପଲାଇନ ଓ ନିମାପଡା ମହୋତ୍ସବ କମିଟି ଆନୁକୂଲ୍ୟରେ ନିମାପଡାର ୨୫ ତମ ନିମାପଡ଼ା ମହୋତ୍ସବ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ହେଲ୍ପଲାଇନର ସଭାପତି ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।ନିମାପଡା ମହୋତ୍ସବ ୨୫ ବର୍ଷରେ ପାଦ ଥାପି ଥିବାରୁ ଏହାକୁ ରୋପ୍ୟ ଜୟନ୍ତୀ ଭାବେ ଅଧିକ ସରସ ସୁନ୍ଦର କରିବା ପାଇଁ ହେଲ୍ପ ଲାଇନ ଓ ମହୋତ୍ସବ କମିଟିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି।ଏହି ମହୋତ୍ସବ ୩ଦିନ ଧରି ଅନୁଷ୍ଠିତ ହେବ।ମହୋତ୍ସବ ୨୫ରୁ ଆରମ୍ଭ ହୋଇ ୨୭ ତାରିଖ ରେ ଶେଷ ହେବ।ମହୋତ୍ସବରେ ପଲିଶ୍ରୀ ମେଳା,ମୀନା ବଜାର ଓ ଅପେରା ପରିବେଷଣ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି।୨୫ତାରିଖରେ ସକାଳ ସମୟରେ ନିମାପଡାର କଳା ଓ ସଂସୃତିକକୁ ନେଇ ପ୍ରଥମ ଥର ପଥ ପ୍ରାନ୍ତ ରାଲି ଦୋଳବେଦୀ ଛକ ଠାରୁ ବାହାରି ଟାଉନ ହଲ ଠାରେ ପହଁଚିବ।ସନ୍ଧ୍ୟାରେ ନିମାପଡା ର କଳା ସଂସ୍କୁତ କୁ ନେଇ ନୂଆ ବସଷ୍ଟାଣ୍ଡ ଠାରୁ ଟାଉନ ହଲ ଯାଏଁ ପଦଯାତ୍ରା ଅନୁଷ୍ଟିତ ହେବ।ଏଥିରେ ଓଲିଓଡ଼ର କିଛି କଳାକାର ଉପସ୍ଥିତ ରହିବେ।ପରେ ନିମାପଡାର ନୃତ୍ୟାଳୟ ଦ୍ୱାରା ମଧୁରାଷ୍ଟକମ୍,କୋଲକାତାର ଧ୍ରୁବା ଇନ୍ ଷ୍ଟି ଚ୍ୟୁଟ୍ ଦ୍ୱାରା ଭାରତ ନାଟ୍ୟମ୍,କୋଟପାଡ୍ କଳା ବିକାଶ କେନ୍ଦ୍ର ଦ୍ବାରା ଢେମସା ନୃତ୍ୟ,ନିମାପଡା ନଟରାଜ ଏକାଡେମୀ ଦ୍ୱାରା କ୍ରିଏଟିଭ ନୃତ୍ୟ ଅନୁଷ୍ଠିତ ହେବ।୨୬ତାରିଖରେ ନିମାପଡା ର ଷ୍ଟ୍ରେଞ୍ଜର୍ ଡାନ୍ସ ଏକାଡେମୀ ଦ୍ୱାରା ଡାନ୍ସ ଡ୍ରାମା ସଂସ୍କୃତ ବିଭାଗ ଓଡ଼ିଶା ସରକାର ଡିଭାଇନ୍ ମାଲଖମ୍ବ ଗ୍ରୁପ୍ ଦ୍ଵାରା ମାଲ୍ ଖମ୍ବ,ନୁତ୍ୟାଳୟ ନିମାପଡା ଦ୍ଵାରା ସମ୍ବଲପୁରୀ ନୁତ୍ୟ,ଝାଡ଼ଖଣ୍ଡ ର ସନ୍ନ ସିଂ ଗ୍ରୁପ୍ ଦ୍ଵାରା ଭାଙ୍ଗଡା ନୃତ୍ୟ ପରିବେଷଣ କରାଯିବ।ଶେଷ ସନ୍ଧ୍ୟାକୁ ଅଧିକ ରଙ୍ଗୀନ କରିବା ପାଇଁ ଓଲିଉଡ଼ ଓ ବଲିଉଡର କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ପରିବେଶକୁ ଆହୁରି ମସଗୁଲ କରିବ।ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ବିଦ୍ୟାଳୟ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ବାଣିଜ୍ୟ ଓ ଯାନବାହାନ,ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଗୃହ ଓ ନଗର ଉନ୍ନୟନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ ଦେବାକୁ ଥିବା ବେଳେ ୨୬ ତାରିଖ ଦିନ ସକାଳୁ ମେଘା ହେଲେଥ କ୍ୟାମ୍ପ ଅନୁଷ୍ଠିତ ହେବ ସନ୍ଧ୍ୟାରେ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଆଇନ୍,ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପ୍ରୁଥୀରାଜ୍ ହରିଚନ୍ଦନ,ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା,ସାହିତ୍ୟ ସଂସ୍କୃତ ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ,ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଶେଷ ସଂନ୍ଧ୍ୟାରେ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଆଜିର ସାମ୍ବାଦିକ ସମ୍ମିଳନୀରେ ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ,ସମ୍ପାଦକ ନିଗମାନନ୍ଦ ସାହୁ, ପି ଆର୍ ସମ୍ପାଦକ ଭବାନୀ ଶଙ୍କର ନନ୍ଦ,ସାଂସଦ ପ୍ରତିନିଧି ମିନାଲତା ମହାନ୍ତି ଉପସ୍ଥିତ ଥିଲେ।

0 Comments