୪ରେ ନିମାପଡ଼ା ଆଥ୍‌ଲେଟିକ ଆସୋସିଏସନ କ୍ରିକେଟ ପ୍ରତିଯୋଗିତା

 


ନିମାପଡ଼ା,୨୧/୧୨: ନିମାପଡ଼ା ଆଥ୍‌ଲେଟିକ ଆସୋସିଏସନ ଆନୁକୂଲ୍ୟରେ ବାରବାଟି ପଡ଼ିଆରେ  ୩୦ତମ ନିମାପଡ଼ା କପ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ଟି ଦଳ ଅଂଶଗ୍ରହଣ କରିବେ।୧୧ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।ପାଇନିଅର ସ୍ପୋର୍ଟଙ୍ଗୀ, ପୁରୀ ସହିତ ପ୍ରମର୍ଟ ସ୍ପୋର୍ଟଙ୍ଗୀ ଭୁବନେଶ୍ୱର ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ।୫ ତାରିଖରେ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ଓ ସୋଲାର କ୍ରୀକେଟ କ୍ଲବ, ୭ ତାରିଖରେ କେଡିଶିଏ ସହିତ ଏନ୍.ଏ.ଏ, ୮ ତାରିଖରେ ପାରାଦୀପ କ୍ରୀକେଟ କ୍ଲବ ସହିତ ପରମେଶ୍ବର ସ୍ପୋର୍ଟଙ୍ଗୀ ମଧ୍ୟରେ ଅନୁଷ୍ଠିତ ହେବ।୦୬ ଓ ୦୯ ତାରିଖରେ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ ।ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଥ୍‌ଲେଟିକ ଆସୋସିଏସନର ଆବାହକ ନିର୍ମଳ ମିଶ୍ର,ଫୁଟୁବଲର ସମ୍ପାଦକ ପ୍ରକାଶ ବରାଳ, ସମ୍ପାଦକ ମାନସ ବେଉରା, ଆଶୁତୋଷ ରାୟ, ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments