ଶୁଭ ରଙ୍ଗ: ଲାଲ୍, ସଂଖ୍ୟା : ୩, ଆରାଧନା : ମା' ବଗଳାମୁଖୀ ।
ବୃଷ : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, କର୍ମରେ ବିଫଳତା, ପରିବାରରେ ଅଶାନ୍ତି ଏବଂ ଶାରୀରିକ ପୀଡ଼ା ଭୋଗିବେ । ଏହା ପରେ ନବମ ଚନ୍ଦ୍ର ଯୋଗୁ ହୃତଗୌରବ, ହୃତ ସମ୍ମାନ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ରୋହିଣୀ ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୪, ଆରାଧନା : ମା' ଗାୟତ୍ରୀ ।
ମିଥୁନ : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା, କର୍ମରେ ସଫଳତା, ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ଏହା ପରେ ଅଷ୍ଟମ ଚନ୍ଦ୍ର ଓ ଘାତବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ ସରଞ୍ଜାମ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ମନରେ ଅସ୍ଥିରତା, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା: ମା' ଛିନ୍ନମସ୍ତା ।
କର୍କଟ : ଷଷ୍ଠ ଓ ସପ୍ତମ ଚନ୍ଦ୍ର, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ପରିଚିତ ମହିଳାଙ୍କଠାରୁ ଧନ ମିଳିବ । ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ମଧୁରତା ଆସିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ନୂତନ କର୍ମାରମ୍ଭ, ବିଦ୍ୟାରମ୍ଭ, ଗୃହାରମ୍ଭ ଭୂମିପୂଜା, ଗୃହ ପ୍ରତିଷ୍ଠା ଆଦି ଶୁଭକର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୁନର୍ବସୁ ଓ ଶତଭିଷା କର୍କଟ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧, ଆରାଧନା : ଭଗବାନ ଶିବ ।
ସିଂହ : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଏହା ପରେ ଘାତଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଶତ୍ରୁବୃଦ୍ଧି ଘଟିବ । ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ ଏବଂ ଶାରୀରିକ ପୀଡ଼ା ଭୋଗିପାରନ୍ତି । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୬, ଆରାଧନା : ପ୍ରଭୁ ଗଜାନନ ।
କନ୍ୟା : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁ ବାଣିଜ୍ୟ, ବ୍ୟବସାୟରେ ବିପର୍ଯ୍ୟୟ, କର୍ମରେ ବିଫଳତା, ପରିବାରରେ ଅଶାନ୍ତି ଏବଂ ଶାରୀରିକ ପୀଡ଼ା ଭୋଗିବେ । ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା : ମା' ଷୋଡ଼ଶୀ ।
ତୁଳା : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ଏବଂ ଭାଇଭଉଣୀ, ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପଦସ୍ଥ ଅଧିକାରୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଲା ବେଳେ ଯଥାସମ୍ଭବ ବାକ୍ସଂଯମତା ରକ୍ଷା କରିବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମଳିନ୍ୟ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଓ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : କଫି, ସଂଖ୍ୟା : ୬, ଆରାଧନା : ମା' କମଳା ।
ବିଛା : ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର, ଦ୍ୱିତୀୟା ଓ ତୃତୀୟା ତିଥି, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ । ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । କୌଣସି ଶୁଭକର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେଇ ପାରନ୍ତି । ସ୍ୱଜନରେ ସୁସମ୍ପର୍କ, ପଡ଼ୋଶୀଙ୍କ ସହ ସଦ୍ଭାବ ଏବଂ ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଲାଲ୍, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।
ଧନୁ : ଶ୍ରୀଚନ୍ଦ୍ର ଓ ଦ୍ୱିତୀୟା ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଆୟର ମାର୍ଗ ଅତି ଉତ୍ତମ ରହିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଓ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ମକର : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ, ଅପଯଶର ଶିକାର ହେବେ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା, ସମସ୍ତ କର୍ମ ବିବାଦୀୟ ହେବ । ଏହା ପରେ ଶ୍ରୀଚନ୍ଦ୍ର ଯୋଗୁ ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଦେହ, ମନ ସୁସ୍ଥ ରହିବ । ସ୍ୱଜନ, ପରିଜନଙ୍କ ସହଯୋଗ ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ଆମୋଦପ୍ରମୋଦରେ ଅଧିକ ଧ୍ୟାନ ରହିବ ଏବଂ ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା' ଦୁର୍ଗା ।
କୁମ୍ଭ : ଦିବା ୧୦ଟା ୦୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା: ମା' ଭୈରବୀ ।
ମୀନ : ଦଶମ ଓ ଏକାଦଶ ଚନ୍ଦ୍ର ଯୋଗୁ ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି ଏବଂ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯୋଜନା କରିବେ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକ ଦେଇଥିବା ଧନ, ହୃତଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ମା' ତାରା ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ

0 Comments