ନିମାପଡା, ୧୭/୧୨/୨୦୨୫ରିଖ ବୁଧବାର ଦିବା ୧୧ଘଂଟିକା ସମୟରେ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଦଶମ ଶ୍ରେଣୀ ଛାତ୍ର /ଛାତ୍ରୀ ଙ୍କ ଉଦେଶ୍ୟରେ ଏକ ବିଦାୟ କାଳୀନ ସଭା ର ଆୟୋଜନ କରାଯାଇଥିଲା |ଉକ୍ତ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ସଭାପତିତ୍ୱ କରିଥିଲେ |ଏହି ସଭା ରେ ପୁରାତନ ଛାତ୍ର ପରିଷଦ ର ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ, ଭଣ୍ଟି ଗ୍ରାମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଙ୍ଗାଧର ରଥ, ଓ. ଫ୍. ଏସ. ଟପ୍ପର ଶ୍ରୀଯୁକ୍ତ ରାଜେନ୍ଦ୍ର ଓଝା, ସି. ଆର. ସି. ସି. ଶ୍ରୀମତୀ ଜାନକୀ ଲତା ମୁଦୁଲି ଯୋଗଦେଇ ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା,ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଭବିଷ୍ୟତ ରେ ଜଣେ ଭଲ ମଣିଷ ହେବାପାଇଁ ଦିଗଦର୍ଶନ ପ୍ରଦାନ କରିଥିଲେ |ନବମ ଶ୍ରେଣୀ ର ଛାତ୍ର /ଛାତ୍ରୀ ମାନେ ଦଶମ ଶ୍ରେଣୀ ଛାତ୍ର /ଛାତ୍ରୀ ମାନଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ତାଙ୍କ ସହିତ କଟାଇଥିବା ଗୋଟିଏ ବର୍ଷ ର ସ୍ମୃତି କୁ ଭାଷଣ ମାଧ୍ୟମରେ ବଖାଣି ଥିଲେ |ଶେଷରେ ଭୋଜି ରେ ଆପ୍ୟାୟିତ କରି ବଡ଼ ଭାଇ ଭଉଣୀ ମାନଙ୍କୁ ଦୁଖଃଦ ପରିବେଶ ମଧ୍ୟରେ ବିଦାୟ ଜଣାଇଥିଲେ |

0 Comments