ନିମାପଡ଼ା,୨୧/୦୩: ୨୨ମାସ ଧରି ଭତ୍ତା ପଇସାରୁ ବଞ୍ଚିତ ହେବା ପରେ ବୁଦ୍ଧ ଦମ୍ପତିଙ୍କ ବ୍ଲକ୍ ମଧ୍ୟରେ ଧାରଣା।ସୂଚନା ଅନୁଯାୟୀ ନିମାପଡ଼ା ବ୍ଲକ୍ ତେରୁଣ୍ଡିଆ ପଞ୍ଚାୟତର ବାସିନ୍ଦା ମଞ୍ଜୁଲତା ଭୋଇ(୬୫) ଓ ତାଙ୍କ ସ୍ଵାମୀ ଜଟାଧାରୀ ଭୋଇ(୭୧) ଦୀର୍ଘ ୨୨ମାସ ଧରି ସରକାରୀ ବାର୍ଦ୍ଧକ୍ୟ ଭର୍ତ୍ତାରୁ ବଞ୍ଚିନ୍ତ ହେବା ପରେ ଆଜି ସକାଳୁ ଭୋକ ଉପାସରେ ବ୍ଲକ୍ ମଧ୍ୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।ଆଗରୁ ମଞ୍ଜୁଙ୍କ ଭତ୍ତା ପଇସା ତାଙ୍କ ସ୍ଵାମୀ ଜଟାଧାରୀଙ୍କ ବ୍ୟାଙ୍କ ଖାତାକୁ ଯାଉଥିଲା କିନ୍ତୁ ପଞ୍ଚାୟତର କିଛି ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ଭତ୍ତା ବହି ଛଡାଇ ନେବା ସହ ତାଙ୍କୁ ନୂତନ ବ୍ୟାଙ୍କ ଖାତା ଖୋଲିବାକୁ କହିଥିଲେ ହେଲେ ୨୨ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମଞ୍ଜୁ ଭତ୍ତା ପାଉନଥିବା ଅଭିଯୋଗ କରିଛନ୍ତି।ଏବାବଦରେ ସେ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ ବିଡ଼ିଓଙ୍କ ନିକଟରେ ବାରମ୍ବାର ଗୁହାରି କରିବା ପରେ ତାଙ୍କୁ ଦୁଇମାସର ଟଙ୍କା ପ୍ରଦାନ କରାଯାଇଛି ଏବଂ କୁହା ଯାଇଛି ଆଧିକାରୀ ନାହାନ୍ତି ଆସିଲେ ଅବଶିଷ୍ଟ ବକେୟା ଭତ୍ତା ପ୍ରଧାନ କରାଯିବା। ଏପଟେ ଅନ୍ୟଜଣେ ବେକ୍ତିଙ୍କ ବ୍ୟାଙ୍କ ଖାତାକୁ ମଞ୍ଜୁଙ୍କ ଭତ୍ତା ଯାଉଥିବା କଥା ଅଧିକାରୀ ମାନେ ଗଣମାଧ୍ୟମକୁ କହିବା ସହ ତୁରନ୍ତ ସେହି ଅର୍ଥକୁ ତାଙ୍କ ଠାରୁ ଆଣାଯାଇ ଦମ୍ପତିକୁ ଦିଆ ଯିବ ବୋଲି କହିଛନ୍ତି।ଉକ୍ତ ପଞ୍ଚାୟତ ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ ହୋଇଥିବାରୁ ସେହି ପଞ୍ଚାୟତରେ ଏହିଭଳି ଘଟଣା ଘଟିଥିବାରୁ ବରିଷ୍ଠ ନାଗରିକମାନେ ଉଦବେଗ ପ୍ରକାଶ କରିଥିବା ବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

0 Comments